Madhyapradesh CM MOHAN YADAV
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହଟିଲା ସସପେନ୍ସ । ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଉଜୈନ ବିଧାୟକ ହେଉଛି ମୋହନ ଯାଦବ । ଏଥରକୁ ମିଶାଇ ୩ ଥର ବିଧାୟକ ହେଲେଣି ମୋହନ । ଦଳର ଅନ୍ୟତମ ବରିଷ୍ଠ ନେତା ଭାବେ ମଧ୍ୟ ୫୮ ବର୍ଷୀୟ ମୋହନ ଯାଦବ ବେଶ ପରିଚିତ। କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚାରେ ନଥିଲେ ।
ସେପଟେ ଛତିଶଗଡ଼ ଭଳି ମଧ୍ୟପ୍ରଦେଶରେ ମଧ୍ୟ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ ବୋଲି ମଧ୍ୟ ଜଣାପଡ଼ିଛି । ରାଜେନ୍ଦ୍ର ଶୁକ୍ଳା ଓ ଜଗଦୀଶ ଦେଓଡ଼ା ଉପମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ବାଚସ୍ପତି ହେବେ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702294362.jpg)