Advertisment

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ ସୁନୀତି, ଘଉଡ଼ାଇଦେଲେ ମହିଳା ବିଜେପି କର୍ମୀ

ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ସୁନୀତି ମୁଣ୍ଡଙ୍କୁ କର୍ମୀ ଘଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ନିଲମ୍ବନ ସତ୍ତ୍ବେ ପାର୍ଟି ଅଫିସକୁ ଆସିଥିବାରୁ କର୍ମୀମାନେ ଏଭଳି କରିଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Suniti Mund

Suniti Mund

Advertisment

ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇଦେଲେ ମହିଳା ବିଜେପି କର୍ମୀ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କୁ କର୍ମୀ ଘଉଡ଼ାଇ ଦେଇଥିବା ଦେଖିବାକୁ ମିଳିଛି । ନିଲମ୍ବନ ସତ୍ତ୍ବେ ପାର୍ଟି ଅଫିସକୁ ଆସିଥିବାରୁ କର୍ମୀମାନେ ଏଭଳି କରିଥିବା ସୂଚନା ମିଳିଛି । ସୁନୀତିଙ୍କ ନାଁରେ ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗ ରହିଛି । ନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲା । ଭୁବନେଶ୍ବର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତି ମୁଣ୍ଡ । ତାଙ୍କ ନାଁରେ ମିଛ ଅଭିଯୋଗ ଲଗାଯାଇଛି ବୋଲି ସୁନୀତି କହିଛନ୍ତି ।

Advertisment

ସୂଚନା ଅନୁସାରେ ଦଳ ବିରୋଧି କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଗତ ଶନିବାର ସୁନୀତି ମୁଣ୍ଡଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଥିଲା ।

ସେହିପରି ଭୁବନେଶ୍ବର ନିକଟ ବାଳକାଟୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମବେଳେ ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିଜେପି। ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶିବ ମଲ୍ଲିକ ଏବଂ କାର୍ଯ୍ୟକର୍ତ୍ତା ଧନେଶ୍ୱର ବାରିକଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେପି ।

Advertisment

BJP Suniti Mund
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ