Advertisment

ଓଡ଼ିଶା ଦଖଲ ପାଇଁ ବଂଶଲଙ୍କ ୨ ଦିନିଆ ମାନସ ମନ୍ଥନ

ଓଡିଶା ଦଖଲ ପାଇଁ ସୁନୀଲ୍ ବଂଶଲଙ୍କ ଦୁଇ ଦିନିଆ ମାନସ ମନ୍ଥନ । ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍। ଏଥିସହ ଭୋପାଲରେ ବିସ୍ତାରକଙ୍କୁ ମୋଦି ପଢାଇଥିବା ବୁଥ ମାନେଜମେଣ୍ଟ ପାଠ କେମିତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେବ ସେ ନେଇ ବି ବିସ୍ତାରକମାନଙ୍କ ସହ ବୈଠକ କରିଛନ୍ତି ବିଜେପି ରାଜ୍ୟ ସଭାପତି ଏବଂ କ୍ଷେତ୍ରୀୟ ପ୍ରଭାରୀ।...

ଅଦ୍ୟତନ ହୋଇଛି
undefined

BJP

Advertisment

କୋର୍ସ କରେକ୍ସନ ପାଇଁ ମାନସ ମନ୍ଥନ । ଅଧିକ ଫୋକସରେ ୧୩ ଲୋକସଭା କ୍ଷେତ୍ର । ହାରିଥିବା ଲୋକସଭା ସିଟରେ କେମିତି ଫୁଟିବ ପଦ୍ମ । ସେଠି ସଂଗଠନ ସ୍ଥିତି କେମିତି ଅଛି ? ଟାସ୍କ କେତେ କାର୍ଯ୍ୟକାରୀ ହୋଇଛି ? ଆଜି ରାଜ୍ୟ କାର୍ଯ୍ୟଳୟରେ ଏସବୁର ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରି ସୁନୀଲ ବଂଶଲ । ରୁଦ୍ଧଦ୍ୱାର ବୈଠକରେ ଉପସ୍ଥିତ ଥିଲେ ୧୩ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀ। ସଂଗଠନର ସ୍ଥିତି ବିଷୟରେ ଆଲୋଚନା କରିଥିଲେ, ଟାସ୍କର ହିସାବ ନେଇଥିଲେ। ତା ସହ ଦଳ ଆଉ କଣ ପଦକ୍ଷେପ ନେବା ଦରକାର ପଚାରି ବୁଝିବା ସହ ଗୌହାଟୀ ଷ୍ଟ୍ରାଟେଜୀକୁ ନେଇ ଦେଇଥିଲେ କିଛି ନୂଆ ଟାସ୍କ।

Advertisment

ବିଶେଷ କରି ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ରମନ୍ତ୍ରୀ ମାନେ ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ର ଗସ୍ତ କରି ଅମିତ ଶାହାକୁ ଦେଇଥିବା ରିପୋର୍ଟ ଆଧାରେ ସମୀକ୍ଷା କରିଥିଲେ ବଂଶଲ। କେନ୍ଦ୍ରମନ୍ତ୍ରୀମାନଙ୍କ ରିପୋର୍ଟ ସହ ଆଜି ପ୍ରଭାରୀ ଏବଂ ସହପ୍ରଭାରୀ ଯେଉଁ ରିପୋର୍ଟ ଦେଇଛନ୍ତି ତାକୁ ଅନୁଧ୍ୟାନ କରି ଆଗାମୀ ଦିନରେ କୋର୍ସ ଅଫ ଆକ୍ସନ ପ୍ରସ୍ତୁତ କରାଯିବ।...

ଅନ୍ୟପଟେ ବୁଥ ଗୁଡିକରେ ଗ୍ରାଉଣ୍ଡ ୱାର୍କର ବି ସମୀକ୍ଷା କରିଛନ୍ତି ବଂଶଲ । ଗତକାଲି ବିସ୍ତାରକମାନଙ୍କ ସହ ଲମ୍ବା ସମୟ ଧରି ବୈଠକ କରି ଭୋପାଲରେ ମୋଦି ପଢ଼ାଇଥିବା ବୁଥ ମ୍ୟାନେଜମେଣ୍ଟ ପାଠକୁ ଓଡ଼ିଶାରେ ଠିକଣା ଢଙ୍ଗରେ ପ୍ରୟୋଗ ଉପରେ ଜୋର ଦେଇଥିଲେ।...ରାଜ୍ୟର ପ୍ରତି ବିଧାନସଭାରୁ ଦୁଇ ଜଣ ଲେଖାଁଏ ବିସ୍ତାରକ ଭୋପାଳରେ ପ୍ରଶିକ୍ଷଣ ଶିବିର ଯୋଗ ଦେଇଥିଲେ। ତେଣୁ ସେମାନେ ଏହାକୁ ସେମାନଙ୍କ ବୁଥରେ କେତେ କାର୍ଯ୍ୟକାରୀ କରିଛନ୍ତି ତାର ହିସାବ ବି ରଖିଥିଲେ। ରାଜନୈତିକ ସମୀକ୍ଷକଙ୍କ ମତରେ କେବଳ ଲୋକସଭା ନୁହେଁ ରାଜ୍ୟ ଦଖଲ ଲକ୍ଷ୍ୟରେ ରହିଛି ବିଜେପି। ତେଣୁ ୨୦୧୯ ଅପେକ୍ଷା ୨୪ରେ ତୃଣମୂଳ ସଂଗଠନ ସହ ବୁଥ୍ ମ୍ୟାନେଜମେଣ୍ଟ ଉପରେ ଦଳ ଅଧିକ ଗୁରୁତ୍ୱ ଦେଉଛି।

Advertisment

ଭୋପାଳରେ ମୋଦିଙ୍କ ବୁଥ ମ୍ୟାନେଜମେଣ୍ଟ ବ୍ଲୁପ୍ରିଣ୍ଟ , ଗୌହାଟୀରେ ଓଡିଶା ଦଖଲ ଷ୍ଟ୍ରାଟେଜିକୁ ନେଇ ରାଜ୍ୟରେ ସରକାର ଗଠନ ପାଇଁ ଲାଗିପଡିଛି ଦଳ। ବଂଶଲଙ୍କ ନୂଆ ଟାସ୍କ, ସଂଗଠନକୁ କେତେ ମଜଭୁତ କରିପାରୁଛି, ତା ଉପରେ ନଜର।

BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ