Advertisment

ଆସନ୍ତା ବର୍ଷଠୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ

ଆସନ୍ତା ବର୍ଷଠୁ ସୁନ୍ଦରଗଡ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏ ନେଇ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିବୃତି ରଖିଛନ୍ତି। ସେ କହିଛନ୍ତି, ‘୨୦୨୨-୨୩ରୁ ଆଡମିଶନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ଭୁବନେଶ୍ୱର: ଆସନ୍ତା ବର୍ଷଠୁ ସୁନ୍ଦରଗଡ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ଏ ନେଇ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିବୃତି ରଖିଛନ୍ତି। ସେ କହିଛନ୍ତି, ‘୨୦୨୨-୨୩ରୁ ଆଡମିଶନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ୧୦୦ MBBS ସିଟ୍‌, ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ଏଥିପାଇଁ ୨୭୧ ଜଣ ଷ୍ଟାପଙ୍କୁ ନିଯୁକ୍ତ ଦିଆଯିବ।’

Advertisment

ସେ ଆହୁରି କହିଛନ୍ତି, ‘ଏନଟିପିସି ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ମେଡ଼ିକାଲ କଲେଜ ହେଉଛି। ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ସରକାର ମେଡ଼ିକାଲ ସିଟ୍‌ ପାଇଁ ଆବେଦନ କରିବେ। ଏତଦ୍‌ବ୍ୟତୀତ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏନେଇ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଦ୍ଵିତୀୟ ଏମ୍ସ ନେଇ ରାଜ୍ୟ ସରକାର ୨୦୦ ଏକର ଜମି ଓ ସମସ୍ତ ସହାୟତା ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ନୟାଗଡ଼ ଜିଲ୍ଲା ରଣପୁରର ଶାସକ ଦଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରଶ୍ନକାଳରେ ସେ କହିଥିଲେ, ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୋଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ଜଣ ବିଧାୟକଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି।  

Medical College Sundargarh Medical College Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ