ବିଜେପିରେ ମିଶିଲେ ସୁଜିତ କୁମାର

ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।

Sujeet Kumar

ପଦ୍ମ ଧରିଲେ ସୁଜିତ କୁମାର । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହୋଇଛନ୍ତି । ଆଜି ରାଜ୍ୟସଭାରୁ ଇସ୍ତଫା ଦେବାପରେ ବିଜେଡି ତାଙ୍କୁ ବହିଷ୍କାର କରିଥିଲା । 

ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଫଳରେ ମମତା ମହାନ୍ତଙ୍କ ପରେ ଦ୍ୱିତୀୟ ସାଂସଦ ଭାବେ ସେ ବିଜେଡି ଛାଡ଼ିଛନ୍ତି । 

ସେପଟେ ପଦ୍ମ ଧରୁ ଧରୁ ବିଜେଡି ଉପରେ ବର୍ଷିଛନ୍ତି ସୁଜିତ କୁମାର । କହିଛନ୍ତି, "ଦୁର୍ନୀତି ନେଇ ନେତା ନଶୁଣିବାରୁ ଦଳ ଛାଡ଼ିଲି । ମୋ ବହୁବାର ଜଣାଇବାକୁ ଚେଷ୍ଟା କରି ବିଫଳ ହୋଇଛି । ମୋ ପାଇଁ ମାଟି ଆଗ, ପାର୍ଟି ପଛ । କଳାହାଣ୍ଡିର ଯେପରି ବିକାଶ ହେବାକଥା ହୋଇନି ।"