ସୁଦାମଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Revenue Minister Sudam Marndi

ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ତିଙ୍କୁ ରାଜସ୍ୱ ବିଭାଗ ଦାୟିତ୍ୱ । ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି ।

ସୁଦାମଙ୍କୁ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳି ସାରିଥିବା ବେଳେ ତାଙ୍କୁ ପୁନଃ ଏହି ଦାୟିତ୍ୱ ଦିଆଯାଇଛି । ତେବେ ଏନେଇ ଅଫିସିଆଲ କୌଣସି ସୂଚନା ପାଇ ନ ଥିବା କହିଛନ୍ତି ସୁଦାମ ମାର୍ଣ୍ତି । ଏଥିସହ ଦାୟିତ୍ୱ ଦିଆଗଲେ ତାହାକୁ ତୁଲାଇବାକୁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ରାଜ୍ୟ ମନ୍ତ୍ରୀମଣ୍ଡଳରେ ଏବେ ରାଜସ୍ୱ ଓ ଉଚ୍ଚ ଶିକ୍ଷା ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଖାଲି ପଡ଼ିଥିବାରୁ ଖୁବ୍‌ ଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବେ ରୋହିତ ପୂଜାରୀଙ୍କୁ ବିଦା କରାଯାଇଥିବା ବେଳେ ଖାଲି ପଡ଼ିଛି ଉଚ୍ଚ ଶିକ୍ଷା ବିଭାଗ । ଖାଦ୍ୟ ଓ ନିରାପତ୍ତା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଅଯାଇଛି । ସେହିପରି ଏବେ ରାଜସ୍ୱ ବିଭାଗ ଖାଲି ହେବାରୁ ସୁଦାମ ମାରାଣ୍ଡିଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ ।