Advertisment

୫୫ ବର୍ଷର ପୁରୁଣା ସ୍କୁଲକୁ କାହିଁକି ବନ୍ଦ କରିବେ ସରକାର ?

ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି।

undefined

Students stage protest against merger of Unit-9 govt girls' high school in Bhubaneswar

Advertisment

ଭୁବନେଶ୍ୱର ୟୁନିଟ-୯ ବାଳିକା ବିଦ୍ୟାଳୟକୁ, ବାଳକ ବିଦ୍ୟାଳୟରେ ମିଶ୍ରଣକୁ ତୀବ୍ର ବିରୋଧ। ଛାତ୍ରୀ ଓ ଅଭିଭାବକ ତାଲା ପକାଇ ବସିଲେ ଧାରଣାରେ। ଚେତାବନୀ ଦେଇଛନ୍ତି, ସ୍କୁଲ୍ ମିଶ୍ରଣ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜାରି ରହିବ। ସେପଟେ ବିରୋଧୀ ରାଜନେତା ମାନେ ସ୍କୁଲରେ ପହଞ୍ଚି ଛାତ୍ରୀଙ୍କୁ ସମର୍ଥନ କରିଛନ୍ତି। ମାତ୍ର ଦୁଃଖର ବିଷୟ ଆନ୍ଦୋଳନରତ ଏକାଧିକ ଛାତ୍ରୀ ଚେତାଶୂନ୍ୟ ହୋଇ ହସ୍ପିଟାଲରେ ଆଡମିଟ୍ ହେଉଥିବାବେଳେ ଗଣିଶିକ୍ଷା ବିଭାଗ ଅଧିକାରୀଙ୍କ କିନ୍ତୁ ଦେଖାନଥିଲା।

Advertisment

ରାଜଧାନୀର ଛାତି ଉପରେ 5T ସ୍କୁଲ୍ ଛାତ୍ରୀଙ୍କ ଗର୍ଜନ। ବିଇଓଙ୍କୁ ଘେରି ସରକାରଙ୍କୁ ଦେଲେ ଚାଲେଞ୍ଜ। ଶ୍ରେଣୀ ବର୍ଜନ ସହ ଫାଟକରେ ତାଲା ପକାଇ ସରକାର ବିରୋଧରେ ସ୍ଲୋଗାନ। ଭୁବନେଶ୍ବର ୟୁନିଟ-୯ ସରକାରୀ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀ ଓ ଅଭିଭାବକମାନେ ଆଜି ଦୃଢ ପ୍ରତିବାଦ କରିଛନ୍ତି। ଅଭିଭାବକଙ୍କ ସହ ଖରାରେ ଧାରଣା ଦେଇଛନ୍ତି। ୫୫ ବର୍ଷର ଏହି ପୁରୁଣା ସ୍କୁଲକୁ କାହିଁକି ସରକାର ବନ୍ଦ କରିବେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ଓ ଛାତ୍ରୀ।

ରମାଦେବୀ ଜୁନିୟର କଲେଜ ଏଠାକୁ ସ୍ଥାନାନ୍ତର କରି, ବାଳିକା ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ଯୋଜନା କରୁଛନ୍ତି। ଯାହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ। ଏହି ସ୍କୁଲରେ ଦ୍ୱିତୀୟ ଭାଷା ଭାବେ ଉର୍ଦ୍ଦୁ ପାଠ୍ୟକ୍ରମ ମଧ୍ୟ ଅଛି। ଯେଉଁଥିପାଇଁ ସଂଖ୍ୟା ଲଘୁ ସଂପ୍ରଦାୟର ଛାତ୍ରୀମାନେ ଏଠାରେ ପଢୁଛନ୍ତି। ସେପଟେ ଧାରଣା ସମୟରେ ଜଣକ ପରେ ଜଣେ ଛାତ୍ରୀ ଚେତାଶୂନ୍ୟ ହୋଇପଡିବାରୁ ସେମାନଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଆନ୍ଦୋଳନ ଚାଲୁଥିବା ବେଳେ ଗଣଶିକ୍ଷା ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ଆଶ୍ୱାସନା ଦେଇନଥିଲେ। ବହୁ ବିଳମ୍ବରେ ପହଞ୍ଚିଥିଲେ ବିଇଓ।

Advertisment

ୟୁନିଟ-୯ ବାଳିକା ସ୍କୁଲରେ ପ୍ରାୟ ୪୦୦ ଛାତ୍ରୀ ପଢୁଛନ୍ତି। ପ୍ରତିବର୍ଷ ମାଟ୍ରିକରେ ସ୍କୁଲର ପାସ୍ ହାର ରହୁଛି ୯୦ ପ୍ରତିଶତରୁ ଅଧିକ। ଯେଉଁଥିପାଇଁ ଏହି ସ୍କୁଲକୁ  5Tରେ ରୂପାନ୍ତୀକରଣ କରାଯାଇଛି। ପ୍ରଶ୍ନ ଉଠୁଛି ରମାଦେବୀ ଦ୍ୱିତୀୟ କ୍ୟାମ୍ପସ ପାଇଁ ୭ ବର୍ଷରୁ ଅଧିକ ସମୟ ହେବ ଜମି ଚିହ୍ନଟ ହୋଇପାରୁନଥିବା ବେଳେ ବିଶ୍ବବିଦ୍ୟାଳୟର ପରିବର୍ଦ୍ଧିତ କ୍ୟାମ୍ପସ୍ ପାଇଁ ବାଳିକା ବିଦ୍ୟାଳୟକୁ ବଳି ପକାଇବା କେତେଦୂର ଯୁକ୍ତିଯୁକ୍ତ ? ଅନ୍ୟପଟେ ମିଶ୍ରଣ ହେବାକୁ ଥିବା ୟୁନିଟ୍-୯ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ମିଶ୍ରଣ ପାଇଁ ସ୍କୁଲରେ ନାହିଁ ଆବଶ୍ୟକ କ୍ଲାସ୍ ରୁମ୍। ତେଣୁ ଏଠି ପ୍ରଶ୍ନ କାହା ସ୍ବାର୍ଥରେ ସ୍କୁଲକୁ ହଟାଇବାକୁ ଚକ୍ରାନ୍ତ ହେଉଛି ? ବିଇଓ କହିଛନ୍ତି, ପିଲାଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବି।

ଛାତ୍ରୀଙ୍କ ଆନ୍ଦୋଳନ ତେଜିବାରୁ ବିରୋଧୀ ଦଳର ରାଜନେତାମାନେ ପହଞ୍ଚି ଛାତ୍ରୀଙ୍କୁ ସମର୍ଥନ କରିଛନ୍ତି। ଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସ୍କୁଲକୁ ନ ଉଠାଇବା ଲାଗି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ସ୍ଥାନୀୟ ବିଜେପି କର୍ପୋରେଟର ଦାବି କରିଛନ୍ତି। ବିଇଓଙ୍କ ସହ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ହଟିଛନ୍ତି ଛାତ୍ରୀ ଓ ଅଭିଭାବକ। ଏବେ ଅପେକ୍ଷା ସରକାର କି ନିଷ୍ପତ୍ତି ନେଉଛନ୍ତି। ଏହି ପ୍ରସଙ୍ଗରେ ଗଣଶିକ୍ଷା ବିଭାଗ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

Advertisment
5T School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ