Advertisment

ଲାଞ୍ଚ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ! ୨୪ ଘଣ୍ଟା, ୩୬୫ ଦିନ କାମ ହେବ...

ଦିନର ୨୪ ଘଂଟା ଏବଂ ବର୍ଷର ୩୬୫ ଦିନ କାମ ହେବ। ଆଜି ହିଁ ବୈଠକ କରି ବିଭାଗର ଆଗାମୀ ରୋଡ଼ମ୍ୟାପ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

Suresh Pujari

Suresh Pujari

Advertisment

ରାଜ୍ୟରେ ଶୂନ୍ୟ ସହନଶୀଳତାରେ ଚାଲିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଷ୍ଟାଇଲରେ ନା ଖାଉଙ୍ଗା ନା ଖାନେ ଦୁଙ୍ଗା ପ୍ରକ୍ରିୟାରେ କାମ ହେବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ବିଭାଗର ଦାୟିତ୍ୱ ନେବା ସହ ସମୀକ୍ଷା ପରେ ସୁରେଶ ପୂଜାରୀ କହିଛନ୍ତି, ଲାଞ୍ଚ ମାମଲାରେ ଅଭିଯୋଗ ଆସିଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦିନର ୨୪ ଘଂଟା ଏବଂ ବର୍ଷର ୩୬୫ ଦିନ କାମ ହେବ। ଆଜି ହିଁ ବୈଠକ କରି ବିଭାଗର ଆଗାମୀ ରୋଡ଼ମ୍ୟାପ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment

ସେପଟେ ବନ୍ଦ ହେବନି ବରଂ ଦୌଡ଼ିବ ମିଶନ ଶକ୍ତି। ବଦଳିବ ମିଶନ ଶକ୍ତି କାୟାକଳ୍ପ। ଭୋଟ୍ ବ୍ୟାଙ୍କରେ ଗଣା ହେବେନି ମିଶନ ଶକ୍ତି ମହିଳା। ରାଜନୀତିରେ ବି ପଶିବେନି SHG ସଦସ୍ୟା। ବିଜେପି ନୂଆ ସରକାରରେ ମିଶନ ଶକ୍ତିକୁ ଗୁରୁତ୍ୱ। ଛୁଟି ଦିନରେ ବି ମନ୍ତ୍ରୀଙ୍କ ବିଭାଗ ସମୀକ୍ଷା। ଆଜି ଦିନ ୧୧ ଟା ବେଳେ ମିଶନ ଶକ୍ତି ବିଭାଗରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ସଚିବ ଶାଲିନୀ ପଣ୍ଡିତ ଏବଂ ନିର୍ଦ୍ଦେଶକ ବିନୀତ ଭରଦ୍ୱାଜଙ୍କ ସହ ବିଭାଗୀୟ ଅଧିକାରୀ ଦେଇଥିଲେ ଅଢେଇ ଘଣ୍ଟାର ପ୍ରେଜେଣ୍ଟସନ। 

୧୯ଟି ବିଭାଗ ସହ ଅନୁବନ୍ଧିତ ହୋଇ କେମିତି କାର୍ଯ୍ୟ କରୁଛି ମିଶନ ଶକ୍ତି? ଆଉ କେଉଁଠି ରହୁଛି ସମସ୍ୟା? ସମୀକ୍ଷା ପରେ ମିଶନଶକ୍ତି ଏକ ମାଇକ୍ରୋ ସରକାର ବୋଲି କହିଥିଲେ ଉପ ମୁଖ୍ୟମନ୍ତ୍ରୀ। ଏହା ସହ ଆଗକୁ ରାଜ୍ୟରେ ଡ୍ରୋନ୍ ଦିଦି, ଲକ୍ଷପତି ଦିଦି କରିବାରେ ରାଜ୍ୟକୁ ୧ ନଂ କରିବା ପାଇଁ ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମନ୍ତ୍ରୀ।

Advertisment

ରାଜ୍ୟରେ ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ସ୍ବୟଂ ସହାୟକ ଗ୍ରୁପରେ ପ୍ରାୟ ୭୦ ଲକ୍ଷ ସଦସ୍ୟା ରହିଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ କେନ୍ଦ୍ରରେ ବିଜେପି ସରକାର ଆରମ୍ଭ କରିଥିଲା ଏସଏଚଜି। ମହିଳା ସଶକ୍ତୀକରଣ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ହେଲେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ନବୀନ ସରକାର ଏହି ଗୋଷ୍ଠୀଗୁଡିକୁ ସଂଗଠିତ କରି ନିଜ ଭୋଟ୍ ବ୍ୟାଙ୍କ ଭଳି ବ୍ୟବହାର କରୁଥିବା ନାନା ଅଭିଯୋଗ ଆସିଥିଲା

Suresh Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ