Astrospeak
  • Live TV
  • Read In English

ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି; ଦଳ ପ୍ରତି ବଢୁଛି ଯୁବ-ଛାତ୍ରଙ୍କ ସମର୍ଥନ

ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି। କ୍ଷମତା ଯିବା ପରେ ନେତା ତ ଛାଡୁଛନ୍ତି, ଯୁବ-ଛାତ୍ର ଗୋଷ୍ଠୀ ବି ବିଜେଡିଠୁ ମୁହଁ ଫେରାଇଲେଣି। କଂଗ୍ରେସରେ ବି ସମାନ ଦଶା। ଆଉ ଏତିକି ବେଳେ ରାଜ୍ୟରେ ସବୁଠୁ ଅଧିକ ସଦସ୍ୟତା କ୍ୟାମ୍ପ କରି ସର୍ବାଧିକ ଯୁବକ ଯୁବତୀଙ୍କୁ ଯୋଡିବାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଦେଶରେ ସାଜିଛି ଏକ ନମ୍ବର।

membership campaign
ବିଜେପି ମୁହାଁ ଯୁବଛାତ୍ର !

ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି। କ୍ଷମତା ଯିବା ପରେ ନେତା ତ ଛାଡୁଛନ୍ତି, ଯୁବ-ଛାତ୍ର ଗୋଷ୍ଠୀ ବି ବିଜେଡିଠୁ ମୁହଁ ଫେରାଇଲେଣି। କଂଗ୍ରେସରେ ବି ସମାନ ଦଶା। ଆଉ ଏତିକି ବେଳେ ରାଜ୍ୟରେ ସବୁଠୁ ଅଧିକ ସଦସ୍ୟତା କ୍ୟାମ୍ପ କରି ସର୍ବାଧିକ ଯୁବକ ଯୁବତୀଙ୍କୁ ଯୋଡିବାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଦେଶରେ ସାଜିଛି ଏକ ନମ୍ବର। ଯାହାକୁ ନେଇ ବେଶ୍ ଉତ୍ସାହିତ ପଦ୍ମ ଶିବିର।

ବିଜେପି ମୁହାଁ ଯୁବ-ଛାତ୍ର ବିଜେଡି ଯୁବ-ଛାତ୍ରଙ୍କ ଭିତରେ ନେତୃତ୍ୱକୁ ନେଇ ବଢୁଛି ଅସନ୍ତୋଷ ପିସିସି କମିଟି ଗଠନରେ ବିଳମ୍ବରୁ ଦିଶାହୀନ ଛାତ୍ର ଓ ଯୁବ କଂଗ୍ରେସ ସଦସ୍ୟତା ଅଭିଯାନରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଦେଶରେ ଏକ ନମ୍ବର ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟତା ଅଭିଯାନରୁ ରାଜ୍ୟ ବିଜେପିକୁ ମିଳିଛି ବଡ଼ ସଫଳତା। ଦଳର ସୂଚନା ଅନୁଯାୟୀ, ରାଜ୍ୟରେ ଯୁବ ମୋର୍ଚ୍ଚା ପକ୍ଷରୁ ଏପର୍ଯ୍ୟନ୍ତ ସର୍ବାଧିକ ୪ ହଜାର ୨୭୯ କ୍ୟାମ୍ପର ଆୟୋଜନ କରାଯାଇ ୨ ଲକ୍ଷ ୨୦ ହଜାର ନୂଆ ଯୁବକଯୁବତୀଙ୍କୁ ଦଳ ସହ ଯୋଡାଯାଇ ପାରିଛି। ଅଭିଯାନ ସରିବାକୁ ଆହୁରି ୨୦ ଦିନ ଥିବା ବେଳେ କ୍ୟାମ୍ପକୁ ଅଧିକ ସକ୍ରିୟା କରି ସଦସ୍ୟତାକୁ ବ୍ୟାପକ କରିବାକୁ ବି ସ୍ଥିର ହୋଇଛି। କଲେଜ କ୍ୟାମ୍ପସ ପରେ ଏବେ ପୂଜା ମଣ୍ଡପରେ ବି ଯୁବକ-ଯୁବତୀଙ୍କୁ ସଦସ୍ୟତା ଦେବାକୁ ଦଳ ପ୍ଲାନ କରିଛି।

ଏପଟେ ବିଜେଡିରୁ ମୁହଁ ଫେରାଉଛନ୍ତି ଯୁବ-ଛାତ୍ର। ନେତୃତ୍ବକୁ ନେଇ ସଂଗଠନର ଗୋଟିଏ ଗୋଷ୍ଠୀଭିତରେ ତୀବ୍ର ଅସନ୍ତୋଷ ଥିବା ବେଳେ ଏହାର ପ୍ରତିଫଳନ ଶଙ୍ଖ ଭବନରେ ବି ଦେଖିବାକୁ ମିଳି ସାରିଛି। ଯଦିଓ ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏଯାଏଁ କିନ୍ତୁ ରାଜ୍ୟ କମିଟି ଗଠନ ହୋଇନଥିବାରୁ ଯୁବ ଏବଂ ଛାତ୍ରଙ୍କ ନିର୍ଦ୍ଦିଷ୍ଟ ଭାବେ କୌଣସି କାର୍ଯ୍ୟକ୍ରମ ନାହିଁ। ସେହିପରି ପିସିସି ସଭାପତି ଏବଂ ପ୍ରଦେଶ କଂଗ୍ରେସ କମିଟି ଗଠନ ହୋଇନଥିବାରୁ ଛାତ୍ର କଂଗ୍ରେସ କିମ୍ବା ଯୁବ କଂଗ୍ରେସରେ ମଧ୍ୟ ସାଂଗଠନିକ କାମ ଏକପ୍ରକାର ଠପ୍ ହୋଇଯାଇଛି।

ନିର୍ବାଚନକୁ ୪ ମାସ ବିତିଥିଲେ ବି ଏଯାଏଁ ସଂଗଠିତ ହୋଇପାରୁନାହାନ୍ତି ବିରୋଧୀ। ରଥାଯାତ୍ରାରେ ପୁରୁଣା କମିଟିକୁ ଭାଙ୍ଗିଥିବା ବେଳେ ଏ ଯାଏଁ ନୂଆ ରାଜ୍ୟସ୍ତରୀୟ କମିଟି ତିଆରି କରିପାରୁନି ବିଜେଡି। ଏପଟେ କଂଗ୍ରେସ ମଙ୍ଗ କିଏ ଧରିବ ସେ ନେଇ ବି ନିଷ୍ପତ୍ତି ଚୂଡାନ୍ତ ହୋଇପାରୁନି। ଅପରପକ୍ଷେ କ୍ଷମତା ଯିବା ପରେ ବିଜେଡିଠୁ ଦୂରେଇଛନ୍ତି ନେତା। ଏମିତି କି ପଞ୍ଚାୟତ ଓ ବ୍ଲକ ସ୍ତରର ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଦୁଇ ରାଜ୍ୟସଭା ସାଂସଦ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ପୂର୍ବରୁ ମୋଦିଙ୍କ ଚେହେରାକୁ ନେଇ ବିଜେପି ପ୍ରତି ଯୁବ ଭୋଟରଙ୍କ ଆକର୍ଷଣ ରହିଛି। ସେଥିରେ ପୁଣି ଦଳ କ୍ଷମତାକୁ ଆସିବା ପରେ ଆକର୍ଷଣ ଆହୁରି ବଢିଛି।

ନିକଟରେ ଆରଆଇ ପରୀକ୍ଷାରେ ଅନିୟମିତତା ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ମୁଦ୍ଦା ସାଜିଥିଲେ ବି ପ୍ରମୁଖ ବିରୋଧୀ ବିଜେଡି କିମ୍ବା କଂଗ୍ରେସର ଛାତ୍ର ସଂଗଠନ ପକ୍ଷରୁ ସେମିତି ପ୍ରଭାବୀ ପ୍ରତିବାଦ ବି ଦେଖିବାକୁ ମିଳିଲାନି। ଏମିତି ସ୍ଥିତିରେ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ତେଣୁ ତାପୂର୍ବରୁ ଯୁବ ଛାତ୍ର ସଙ୍ଗଠନକୁ ମଜଭୁତ କରିବାକୁ ବିଜେଡି ଓ କଂଗ୍ରେସ କଣ ଷ୍ଟ୍ରାଟେଜି ଆପଣାଉଛନ୍ତି ତାଉପରେ ନଜର।