Advertisment

ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା ?

ସେହିପରି ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ।

ଅଦ୍ୟତନ ହୋଇଛି
who will be leader of opposition in Assembly

who will be leader of opposition in Assembly

Advertisment

ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା ? ଏନେଇ ଆଜି ବସୁଛି ବିଜେଡି ବିଧାୟକ ଦଳ ବୈଠକ । ଚର୍ଚ୍ଚା ହେଉଛି ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି । ବହୁ ବିଧାୟକ ତାଙ୍କ ନାଁ ପ୍ରସ୍ତାବ ଦେଉଥିବା ମଧ୍ୟ କୁହାଯାଉଛି । ତେବେ ପ୍ରଶ୍ନ, ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ହେଲେ କେତେ ପ୍ରଭାବୀ ରହିବେ ? କାରଣ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ। ତେଣୁ ଦଳ ଆଉ ଜଣେ ବରିଷ୍ଠ ନେତାଙ୍କୁ ଉପନେତା କରିପାରେ ବୋଲି ମଧ୍ୟ କୁହାଯାଉଛି।

Advertisment

ସେହିପରି ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ । ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଜେଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ସୂଚନା ଅନୁସାରେ ଗତକାଲିଠୁ ଆରମ୍ଭ ହୋଇଛି ତିନି ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ । ଗତକାଲି ପ୍ରଥମ ଦିନରେ ମୋଟ୍ ୧୦୨ ଜଣ ବିଧାୟକ ଶପଥ ନେଇଛନ୍ତି, ଯାହାଙ୍କ ଭିତରେ ଅଛନ୍ତି ୮୦ ନୂଆ ମୁହଁ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଶପଥପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଶପଥ ନେଇଥିଲେ। ଯେଉଁଥିରେ ସ୍ପଷ୍ଟ ବାରି ହେଉଥିଲେ ନୂଆ ଚେହେରା, ସାମ୍ନାକୁ ଆସୁଥିଲା ଗୋଟିଏ ଗୋଟିଏ ରୋଚକ ଦୃଶ୍ୟ ।

Advertisment

୨୪ ବର୍ଷ ଧରି ଶାସକ ଦଳରେ ରହି ଆସିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ, ପ୍ରଥମ ଥର ଲାଗି ବିରୋଧୀ ବିଧାୟକ ଭାବେ ଆସିଥିଲେ ଗୃହକୁ। ଷଷ୍ଠଥର ଲାଗି ହିଞ୍ଜିଳି ବିଧାୟକ ଭାବେ ଶପଥ ନେଇଥିଲେ ନବୀନ । ଶପଥ ପାଠ ପରେ ଗୃହ ଭିତରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସହ ସାମ୍ନାସାମ୍ନି ହୋଇଥିଲେ ନବୀନ । କଣ୍ଟାବାଜି ଆସନରେ ନବୀନଙ୍କୁ ମାତ୍ ଦେଇଥିଲେ ଲକ୍ଷ୍ମଣ । ଉଭୟେ ପରସ୍ପରକୁ ନମସ୍କାର ହେବା ପରେ ଲକ୍ଷ୍ମଣ ନିଜ ପରିଚୟ ଦେଇଥିଲେ। ଆଉ ପରିଚୟ ପାଇ ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ହସି ହସି କହିଥିଲେ ‘ଓଃ ଆପଣ ତା ହେଲେ ମୋତେ ହରାଇଛନ୍ତି’।

ସେପଟେ ମୁଖ୍ୟମନ୍ତ୍ରୀ ଭାବେ ଗତକାଲି ପ୍ରଥମ ଥର ପାଇଁ ବିଧାନସଭାକୁ ଏଣ୍ଟ୍ରି କରିଥିଲେ ମୋହନ ଚରଣ ମାଝୀ। ବିଧାୟକ ଭାବେ ଶପଥ ପାଠ ପରେ ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରକୁ ଯାଇ ବିଧିବଦ୍ଧ ଦାୟିତ୍ବ ସମ୍ଭାଳିଥିଲେ ମୋହନ। ଆଜି ବି ଚାଲିବ ଶପଥ ସମାରୋହ । ୨୦ରେ ହେବ ବାଚସ୍ପତି ନିର୍ବାଚନ । ଶାସକ ଦଳ ପକ୍ଷରୁ ପ୍ରାର୍ଥୀ ସ୍ପଷ୍ଟ ହୋଇନିଥିଲେ ମଧ୍ୟ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାଁ ଆଗରେ ଥିବା କୁହାଯାଉଛି ।

Advertisment

Odisha Assembly Opposition Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ