Advertisment

ଭଙ୍ଗା ସିଂହ ମୂର୍ତ୍ତି ସେମିତି ପଡ଼ିଥିବ ନା ସଂରକ୍ଷଣ ପାଇଁ ASI ହେପାଜତକୁ ନେବ?

ପୁରୀ ଏମାର୍‌ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍‌ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ ।

undefined

Srimandir Corridor Project

Advertisment

ଶୁକସାରୀ ମନ୍ଦିର ପାଇଁ ଗୋଟେ ନିୟମ, ଶ୍ରୀମନ୍ଦିର ପାଇଁ ଅଲଗା ? ଏମାର୍‌ ମଠ ଖନନ ସ୍ଥଳରୁ ହଜାରେ ବର୍ଷ ତଳର ସିଂହମୂର୍ତ୍ତି ମିଳିବା ଘଟଣାରେ ଏଏସ୍‌ଆଇର ପଦକ୍ଷେପକୁ ନେଇ ଏମିତି ଢଙ୍ଗରେ ବର୍ଷିଛନ୍ତି ଐତିହ୍ୟ ଗବେଷକ ଓ ବୁଦ୍ଧିଜୀବୀ । ଖନନ ଯୋଗୁଁ କୀର୍ତ୍ତିରାଜୀ ନଷ୍ଟ ହୋଇଥିବା ଆଶଙ୍କା ସତ ହେବା ପରେ ମଧ୍ୟ କାହିଁକି ଏଏସ୍‌ଆଇ ଚୁୁପ୍ ବସିଛି ବୋଲି ପ୍ରଶ୍ନ ଉଠିଛି । ସେପଟେ ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।

Advertisment

ପୁରୀ ଏମାର୍‌ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍‌ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ । ଏଭଳି ଐତିହ୍ୟ ସିଂହର ଅଲୋଡ଼ା ସ୍ଥିତିକୁ ନେଇ ବୁଦ୍ଧୀଜୀବୀ ଓ ଐତିହ୍ୟପ୍ରେମୀଙ୍କ ମନରେ ବି କ୍ଷୋଭ ।

ଐତିହ୍ୟ ଗବେଷକ ଅନୀଲ ଧୀର ସିଧାସଳଖ ଏଥିପାଇଁ ଏଏସ୍‌ଆଇକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ହଜାରେ ବର୍ଷ ତଳର କୀର୍ତ୍ତିରାଜି ଜାଣି ବି କାହିଁକି ସଂରକ୍ଷଣ ପାଇଁ ପଦକ୍ଷେପ ନେଇନି ପ୍ରତ୍ତ୍ନତତ୍ତ୍ୱ ବିଭାଗ? ଯେଉଁଠୁ ସିଂହ ମିଳିଲା, ସେଠି ଆହୁରି ଅଧିକ କୀର୍ତ୍ତିରାଜି ଥିବା ସମ୍ଭାବନା ଜାଣି ବି କାହିଁକି ଖନନ ବନ୍ଦ କରୁନି ASI? ଏମିତିକି ହାଇକୋର୍ଟରେ ଦେଇଥିବା ସତ୍ୟପାଠରେ କରିଡର ପ୍ରକଳ୍ପ ଯୋଗୁଁ ଅନେକ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଆଶଙ୍କା କରି ଫଟୋ ଦେଖାଇଥିଲେ ବି ଏବେ କାହିଁକି ଆଉ କୋର୍ଟଙ୍କୁ ବାସ୍ତବ ସ୍ଥିତି ନଜଣାଇ ଚୁପ୍ ବସିଛି ?

Advertisment

ତାସହ ଅନୀଲ, ପୁରୁଣା ଭୁବନେଶ୍ୱରର ଶୁକସାରୀ ମନ୍ଦିର ଉଦାହରଣ ଦେଇ, ପୁରାତନ କୀର୍ତ୍ତିରାଜି ମିଳବା ପରେ ଏବେ ସେଠି କିଭଳି ମନ୍ଦିର ପରିସର ସିଲ୍ ହୋଇଛି ତାହା ଦର୍ଶାଇଛନ୍ତି । ଭୁବନେଶ୍ୱରରେ ASIର ଗୋଟେ ନିୟମ ଥିବାବେଳେ ପୁରୀ କ୍ଷେତ୍ରରେ କାହିଁକି ଡବଲ ଷ୍ଟାଣ୍ଡାର୍ଡ ବୋଲି ସେ ପ୍ରଶ୍ନ କରିଛନ୍ତି । ଐତିହ୍ୟ କରିଡର ପାଇଁ ଚାଲିଥିବା ବେଆଇନ୍ ଖନନ ବନ୍ଦ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସାମାଜିକକର୍ମୀ ଦିଲୀପ ବରାଳ କହିଛନ୍ତି ଯେ, ପୁଣି ତଥ୍ୟ ପ୍ରମାଣ ସହ ସେ ଉଚ୍ଚନ୍ୟାୟାଳୟକୁ ଯିବେ ।

ଜୁନ୍ ୨୨ରେ କୋର୍ଟ ଧାର୍ଯ୍ୟ କରିଥିବା ଶୁଣାଣି ପୂର୍ବରୁ କାମ ବନ୍ଦ ଲାଗି ଆଉ ଥରେ ନିବେଦନ କରିବେ । ସେପଟେ ପୁରା ପ୍ରସଙ୍ଗରେ ଏଏସ୍‌ଆଇର ଆଭିମୁଖ୍ୟ କଣ ବୋଲି ପ୍ରଶ୍ନରେ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି-ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି । ସେ ତାଙ୍କ ଅନୁଧ୍ୟାନ ରିପୋର୍ଟ ବିଭାଗୀୟ ଡିଜିଙ୍କୁ ପ୍ରଦାନ କରିବେ ।

Advertisment

ଏମାର ମଠ ଖନନ ସ୍ଥଳରୁ ଗଙ୍ଗବଂଶ ସମୟର ସିଂହ ମୂର୍ତ୍ତି ମିଳିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନିଶାନା କରିଛନ୍ତି । ସେ କହିଛନ୍ତି, 'ଏହା ଓଡ଼ିଆ ଜାତିର ପ୍ରତୀକ ଓ ସ୍ୱାଭିମାନ । ସତ କେବେ ଲୁଚି ରହେନି । ଯଦି ଇତିହାସ ସୁରକ୍ଷିତ ରଖି ନପାରିବା, ପର ପିଢ଼ି କ୍ଷମା ଦେବନି'।  ଏଥିସହ ପ୍ରତ୍ନତତ୍ୱ ବିଭାଗର ସତ୍ୟପାଠ ରିପୋର୍ଟ ଦର୍ଶାଇ ସମ୍ବିତ୍ କହିଛନ୍ତି ବିନା ଅନୁମତିରେ କାମ ହେଉଥିବାରୁ ASI ପୂର୍ବରୁ ତାଗିଦ କରିଥିଲା । ସାଂସଦ ପିନାକୀ ମିଶ୍ର ଲୋକଙ୍କୁ ମିସଲିଡ୍ କରୁଛନ୍ତି । ୪ଟି ଟଏଲେଟ୍ ନିର୍ମାଣ କଥା ପିନାକୀ ସଂସଦରେ କାହିଁକି କହିଥିଲେ ବୋଲି ସେ ପଚାରିଛନ୍ତି । ତେବେ ଏନେଇ ପୁରୀ ସାଂସଦଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ଜବାବରେ ବିଜେଡି କହିଛି ସରକାରଙ୍କ ଲକ୍ଷ୍ୟ ମହାନ, ବିରୋଧୀଙ୍କ ଚିତ୍କାର କାମ ଦେବନି ।

ପୁରୀ ଏମ୍‌ଆର୍‌ ମଠ ପରିସରରୁ ଖନନବେଳେ ବିରଳ ସିଂହ ମୂର୍ତ୍ତି ସହ ଏକ ପୁରାତନ କାନ୍ଥର ବି ସନ୍ଧାନ ମିଳିଛି । ଏସବୁର ଅନୁଧ୍ୟାନ ନହୋଇ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଖନନ ଓ ନିର୍ମାଣ କାର୍ଯ୍ୟ କିନ୍ତୁ ସେମିତି ଚାଲିଛି ।

ରିପୋର୍ଟର- ଶିବାନନ୍ଦ ରାଉତ, ମନୋଜ ଆଚାର୍ଯ୍ୟ, ମଧୁସୂଦନ ମିଶ୍ର, ନିରଞ୍ଜନ ରେଡ୍ଡୀ

ASI Special Story Heritage Damage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ