Advertisment

ନବୀନଙ୍କ ତୃତୀୟ ନୟନ ହେବ କି ଗଣମାଧ୍ୟମ? କାଉକୁ ଧଳା କହିବାକୁ ଚେଷ୍ଟା କରୁଛି କିଏ?

ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି।

ଅଦ୍ୟତନ ହୋଇଛି
ନବୀନଙ୍କ ତୃତୀୟ ନୟନ ହେବ କି ଗଣମାଧ୍ୟମ? କାଉକୁ ଧଳା କହିବାକୁ ଚେଷ୍ଟା କରୁଛି କିଏ?

Saumya Patnaik

Advertisment

ଭୁବନେଶ୍ୱର: ପୁଣି ଥରେ ନିଜ ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗତକାଲି କଟକରେ ଏକ କାର୍ଯ୍ୟକ୍ରମରେ ସୌମ୍ୟ ତାଙ୍କ ଭାଷଣରେ କହିଛନ୍ତି ନବୀନଙ୍କର ଗୋଟିଏ ଆଖି ବବି ତ ଅନ୍ୟଟି ପାଣ୍ଡିଆନ। ଆଉ ଏ ଆଖି ଦୁଇଟି ସବୁବେଳେ ଯେ ସତ କଥା କହିବେ, ସେଥିରେ କିଛି ଗ୍ୟାରେଣ୍ଟି ନାହିଁ। ତେବେ ଚତୁର ଶାସକଙ୍କୁ ତୃତୀୟ ନୟନର ଆବଶ୍ୟକତା ରହିଛି। ସୌମ୍ୟଙ୍କ ଏଭଳି ମନ୍ତବ୍ୟକୁ ନେଇ ବିରୋଧୀଙ୍କୁ ଆକ୍ଷେପର ଖୋରାକ ମିଳିଥିବାବେଳେ ବିଜେଡି କିନ୍ତୁ ମୁହଁ ଖୋଲିନି।

Advertisment

ନବୀନଙ୍କ ପ୍ରତି ସୌମ୍ୟଙ୍କ ବକ୍ତବ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଗତକାଲି କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ବବି ଓ ମିଷ୍ଟର ପାଣ୍ଡିଆନ ନବୀନଙ୍କର ଦୁଇ ଆଖି। ଏ ଦୁଇଟି ଆଖିରେ ମୁଖ୍ୟମନ୍ତ୍ରୀ ଯାହା ଦେଖିବେ, ତାହା ତାଙ୍କ ଦୁନିଆ। ତେବେ ଏ ଆଖି ଦୁଇଟି ଯଦି ନିଜ ସ୍ୱାର୍ଥରୁ କିଛି ଅଲଗା ଦେଖିବାକୁ ଚେଷ୍ଟା କଲେ, କାଉକୁ ଧଳା ବୋଲି କହିବାକୁ ଚେଷ୍ଟା କଲେ ଏବଂ ମଣିମା ଯଦି କାଉଟି ଧଳା ହେବାକୁ ଆରମ୍ଭ କଲାଣି ବୋଲି କହିଲେ, ତହାଲେ ନିଶ୍ଚିତ ଭାବେ ଶାସନରେ ବିଭ୍ରାଟ ଉପୁଜିବ। ଏମିତିକି ଆଖି ଦୁଇଟି ଯେ ସବୁବେଳେ ସତ କଥା କହିବେ, ସେଥିରେ ଗ୍ୟାରେଣ୍ଟି ନାହିଁ ବୋଲି ସୌମ୍ୟ କହିବା ସହ ଚାଲାକ ଚତୁର ଶାସକମାନଙ୍କୁ ତୃତୀୟ ନୟନର ଆବଶ୍ୟକତା ପଡ଼ିଥାଏ ବୋଲି କହିଥିଲେ। ଯେଉଁଥିପାଇଁ ରାଜା ମହାରାଜା ଅନ୍ଧାରୀ ବିଜେ କରନ୍ତି ବୋଲି କହିଛନ୍ତି ସୌମ୍ୟ। ତାସହ ଗଣମାଧ୍ୟମ ଏହି ତୃତୀୟ ନୟନର ଭୂମିକା ନିର୍ବାହ କରିପାରିବ କି ବୋଲି ବି ନିଜ ବକ୍ତବ୍ୟରେ ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ।

Advertisment

ଏଠି ପ୍ରଶ୍ନ କାହିଁକି ପୁଣି ଶାଣିତ ହେଲା ସୌମ୍ୟଙ୍କ ସ୍ୱର ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଶାସନ ଚଳାଇବା ପ୍ରକ୍ରିୟାକୁ ନେଇ କଥାରେ କଥାରେ କଡ଼ା ଟିପ୍ପଣୀ କଲେ ସୌମ୍ୟରଞ୍ଜନ? ରାଜନୀତି ସମୀକ୍ଷକଙ୍କ ମତରେ-ବିଜେଡି ରାଜନୀତିରେ ଏହା ଏକ ନିରବ ଝଡ଼। ଯେଉଁ ଢାଞ୍ଚାରେ ସରକାର ଚାଲିଛି, ସେଥିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ନେତା ବି ସନ୍ତୁଷ୍ଟ ନୁହଁନ୍ତି ବୋଲି ପ୍ରମାଣିତ କରୁଛି। ସେଥିପାଇଁ ସେମାନେ ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କଲେଣ॥ ତେଣେ ସୌମ୍ୟଙ୍କ ଏଭଳି ମନ୍ତବ୍ୟ ବିରୋଧୀଙ୍କ ପାଇଁ ନବୀନଙ୍କୁ ଆକ୍ଷେପର ଖୋରାକ ଯୋଗାଇଥିବାବେଳେ ବିଜେଡି କିନ୍ତୁ ପ୍ରସଙ୍ଗକୁ ନେଇ ମୁହଁ ଖୋଲୁନି ।

ପୂର୍ବରୁ ଜୁଲାଇ ୧ରେ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତାର ଗୁମର ଖୋଲିଥିଲେ ସୌମ୍ୟ ପଟ୍ଟନାୟକ। ଏମିତିକି କୋଭିଡ୍ ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ଯାଇ ପ୍ରଶାସନ ଯେଉଁ ଗୁରୁଚଣ୍ଡାଳ ଦୋଷ କରିଛି ତାହା ଶାସନର ମର୍ଯ୍ୟାଦା ନଷ୍ଟ କରିଛି ବୋଲି ନିଜ ସଂପାଦକୀୟରେ ଉଲ୍ଲେଖ କରି ସୌମ୍ୟ, ଶ୍ୱେତପତ୍ର ପ୍ରକାଶ କରିବାକୁ ବି ଆହ୍ୱାନ କରିଥିଲେ।

Advertisment
Soumya Ranjan Patnaik Bobby V. K. Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ