Advertisment

ପଦ୍ମପୁର ଆସନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ଡିଲ ହୋଇଥିଲା: ସୁର ରାଉତରାୟ

ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।

Sura Routray

Sura Routray

Advertisment

ପଦ୍ମପୁର ଉପନିର୍ବାଚନ ପରେ ସରଗରମ ରାଜନୀତି । ବିଜେଡି ଓ କଂଗ୍ରେସ ଡିଲ ହୋଇଥିବା ନେଇ କାଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗ ସତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Advertisment

ପଦ୍ମପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାକୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିଲା କି ନାହିଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । କଂଗ୍ରେସ ପାଇଁ ଯେଉଁମାନେ ପ୍ରଚାର କରିବାକୁ ଯାଇଥିଲେ, ସେମାନେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନୁହେଁ ବରଂ ହରାଇବା ପାଇଁ ଯାଇଥିଲେ ବୋଲି ସେ କହିଛନ୍ତି ।

ଜୟନାରାୟଣ ମଧ୍ୟ ଆଜି ପୁଣି ଥରେ ସେହିକଥା ଦୋହରାଇଛନ୍ତି । ସେ କହିଛନ୍ତି, ସତକୁ ସମସ୍ତେ ମାନିବେ । ମୋ ପାଖରେ ଭିଡିଓ ସିନା ନାହିଁ, କିନ୍ତୁ ଡିଲ୍ ସମ୍ପର୍କରେ ମୁଁ କଂଗ୍ରେସ ଲୋକଙ୍କଠାରୁ ଶୁଣିଛି । ଏହି ଡିଲ୍ କିନ୍ତୁ ୨୦୨୪ରେ କାମ ଦେବନି ବୋଲି ସେ ଚ୍ୟାଲେଞ୍ଜ କରିଛନ୍ତି । ସୁର ଓ ଜୟନାରାୟଣଙ୍କ ଏହି ଅଭିଯୋଗକୁ ନେଇ ଆଜି ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି । କିନ୍ତୁ ଏହି ପ୍ରସଙ୍ଗରେ ପୂର୍ବରୁ ମତ ରଖିଥିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ।

Advertisment
BJD BJP Congress padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ