Advertisment

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ସିଦ୍ଧୁ ? ଦେଲେ ଏମିତି ବୟାନ

ପଞ୍ଜାବ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏବେ ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ ଗୋଳିଆ ପାଣିରୁ ମାଛ ଧରିବା ଉଦ୍ଦେଶ୍ୟରେ ଅଛନ୍ତି । ତାଙ୍କ ଆଖି ମୁଖ୍ୟମନ୍ତ୍ରୀ ପଦ ଉପରେ ।

ଅଦ୍ୟତନ ହୋଇଛି
Navjot Singh Sidhu

Navjot Singh Sidhu

Advertisment

ଥମିବାରେ ନା ନେଉନି ପଞ୍ଜାବ ରାଜନୀତିରେ ଝଡ। ମୋଦିଙ୍କ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହେବା ପରେ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛି ବିଜେପି। ସିଧା କହିଛି ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି କରାଯାଇଛି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କହିଥିଲେ ବିଜେପି ନେତା। ଆଉ ବିଜେପିକୁ କାଉଣ୍ଟର ଆଟାକ୍‌ କରିଥିଲେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ୍‌ ସିଂ ସିଦ୍ଧୁ (Navjot Singh Sidhu) । ସେ କହିଥିଲେ, ମୋଦିଙ୍କ ଜୀବନକୁ କୌଣସି ବିପଦ ନଥିଲା। କେବଳ ଏତିକି ନୁହେଁ ବରଂ ମୋଦିଙ୍କ ସଭାରେ ଲୋକ ନଥିଲେ ଆଉ ସେ କଥା ଜାଣିପାରି ଏମିତି ନାଟକ ବାଜି କରିଥିଲେ ପ୍ରଧାନମନ୍ତ୍ରୀ ବୋଲି ସିଦ୍ଧୁ ଅଭିଯୋଗ କରିଛନ୍ତି।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ଅର୍ଥାତ୍‌ ମୋଦି ସରକାର ଯେପରି ଭାବରେ କୃଷକମାନଙ୍କ ପ୍ରତି ଅନ୍ୟାୟ କରିଛନ୍ତି ତାହାର ପ୍ରତିଫଳନ ମୋଦି ଖୋଦ୍‌ ରାସ୍ତାରେ ହିଁ ଦେଖିଲେ। ଏଥିରେ କଂଗ୍ରେସ କିମ୍ବା ପଂଜାବ ସରକାରଙ୍କର କୌଣସି ହାତ ନାହିଁ ବୋଲି ସିଦ୍ଧୁ କହିଛନ୍ତି। ଠିକ୍‌ ସେହିପରି ସିଦ୍ଧୁ କହିଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ ହିଁ ସଭାସ୍ଥଳକୁ ଯାଇଥାଆନ୍ତେ କିନ୍ତୁ ହଠାତ୍‌ ପାଗ ଖରାପ ଯୋଗୁଁ ରାସ୍ତାରେ ପ୍ରଧାନମନ୍ତ୍ରୀ ଆସିଥିଲେ। ଏ ସମ୍ପର୍କରେ ଲୋକଙ୍କୁ କିଛି ଜଣାନଥିଲା। ତେଣୁ ଅଯଥାରେ ପଂଜାବ ସରକାର ଓ କଂଗ୍ରେସକୁ ବିବାଦ ମଧ୍ୟକୁ ଟଣାଯାଉଥିବା ସିଦ୍ଧୁ ଓଲଟି ପାଲଟା ଅଭିଯୋଗ କରିଛନ୍ତି।

ତେବେ ସେ ଯେଉଁ ଢଙ୍ଗରେ ଦଳ ପାଇଁ ମୁହଁ ଖୋଲିଛନ୍ତି ତାହାକୁ ଦେଖିଲେ ଆପଣ କହିବେ କି ନିଶ୍ଚୟ ଉଚ୍ଚସ୍ତରୀୟ ତଥା ଗାନ୍ଧୀ ପରିବାରକୁ ଖୁସି କରିବାକୁ ଚାହୁଁଛନ୍ତି ସିଦ୍ଧୁ। ଆସନ୍ତା ମାସରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ କୌଣସି ବି ପରିସ୍ଥିତିରେ ଗାନ୍ଧୀ ପରିବାରକୁ ଖୁସି କରିବାକୁ ଚାହୁଁଛନ୍ତି ସିଦ୍ଧୁ। ଏମିତିକି ଏଥର ସେ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ୱପ୍ନ ଦେଖୁଥିବା ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଲାଣି। କେହି କେହି ମଧ୍ୟ କହିବା ଆରମ୍ଭ କଲେଣି, ଯଦି କଂଗ୍ରେସ ପଞ୍ଜାବରେ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ ସିଦ୍ଧୁ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡରେ ଆଗରେ ରହିବେ ।  କଂଗ୍ରେସର ଏକ ଶକ୍ତିଶାଳୀ ଗୋଷ୍ଠୀ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କୁଆଡ଼େ ଚାପ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କୁହାଯାଉଛି। କିନ୍ତୁ ଏନେଇ ସିଦ୍ଧୁ କିମ୍ବା ପଞ୍ଜାବ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ସାରା ଦେଶରେ କଂଗ୍ରେସ ବିରୋଧରେ ବିଜେପି ପ୍ରଚାର ଚଳାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କୁ ବିଜେପି ଦାୟୀ କରୁଛି । କଂଗ୍ରେସର କାମଚଳା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଚନ୍ନିଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ସିଦ୍ଧୁ ଦଳ ତରଫରୁ ସଫେଇ ଦେଇ ସୋନିଆ ଗାନ୍ଧୀଙ୍କର ଅଧିକ ନିକଟତର ହୋଇଥିବା ଚର୍ଚ୍ଚା ହେଉଛି । 

Congress Punjab Politics Navjot Singh Sidhu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ