Advertisment

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢିବେ ଶ୍ରୀମୟୀ ମିଶ୍ର, ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଘୋଷଣା କଲେ ଅଶୋକ

ଅଦ୍ୟତନ ହୋଇଛି
shreemayee

shreemayee

Advertisment

ନିର୍ବାଚନୀ ମାହୋଲ ଭିତରେ ବଡ଼ ଘୋଷଣା କଲେ ମନ୍ତ୍ରୀ ଅଶୋକ ପଣ୍ଡା । ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

Advertisment

ଭୁବନେଶ୍ୱରରେ ବିଜେଡି ଜନସଂପର୍କ ପଦଯାତ୍ରାରେ ଅଶୋକ ଏପରି ଘୋଷଣା କରିଛନ୍ତି । ସେ କହିଛନ୍ତି, ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମୟୀ ଜୟଯୁକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ । ସେହିପରି ଶ୍ରୀମୟୀଙ୍କୁ ଜୟଯୁକ୍ତ କରିବାକୁ ସମସ୍ତଙ୍କୁ ନିବେଦନ କହିଛନ୍ତି ଅଶୋକ ।

ତେବେ ଶ୍ରୀମୟୀ ମିଶ୍ର ଭୁବନେଶ୍ୱରରୁ ବିଜେଡି ସାଂସଦ ପ୍ରାର୍ଥୀ ହେବା ଚର୍ଚ୍ଚା ନୂଆ ନୁହେଁ । ଶ୍ରୀମୟୀ ଏବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଅଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେକୌଣସି ପ୍ରସଙ୍ଗରେ ମତ ରଖିଲେ, ତା’ର ଜବାବ ଦିଅନ୍ତି ଶ୍ରୀମୟୀ ।  ଏବେ ଦଳ ପକ୍ଷରୁ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି ଶ୍ରୀମୟୀ । ତେଣୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ତାଙ୍କର ନିର୍ବାଚନା ଲଢ଼ିବା ଏକପ୍ରକାର ସ୍ପଷ୍ଟ କହିଲେ ଚଳେ । 

Advertisment
Ashok Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ