ନାଁ ନନେଇ ପୁତୁରା ଅଖିଲେଶକୁ ଟାର୍ଗେଟ କଲେ ଦାଦା ଶିବପାଲ

ଇଦ୍ ଅବସରରେ ଭାବପ୍ରବଣ ହୋଇ ପୁତୁରା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କଲେ

Akhilesh , Shivpal

ଦାଦା ପୁତୁରା ମଧ୍ୟରେ କୋଲ୍ଡ ୱାର । ପ୍ରଗତିଶୀଳ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଶିବପାଲ ସିଂ ଯାଦବ ଏବଂ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି । ଇଦ୍ ଅବସରରେ ମଙ୍ଗଳବାର ଦିନ ଶିବପାଲ ଯାଦବ ଟୁଇଟ୍ କରି ଅଖିଳେଶ ଯାଦବଙ୍କ ଆଡ଼କୁ ଇଶାରା କରି ଟାର୍ଗେଟ କରିଛନ୍ତି । ସିଧାସଳଖ ନହେଲେ ମଧ୍ୟ ଇଙ୍ଗିତ କରି ଜୋରଦାର ବାଣ ମାରିଛନ୍ତି । ଯାହାକୁ ଚାଲିବା ଶିଖାଇଥିଲି, ସିଏ ଆଜି ଦଳିଦେଇ ଚାଲିଗଲା । ଶିବପାଲ ଯାଦବଙ୍କ ଏହି ଟୁଇଟ୍ ପରେ ପୁଣିଥରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ବୋଲି କୁହାଯାଉଛି ।

ଶିବପାଲ ଯାଦବ ଟ୍ୱିଟ୍‌ କରିଛନ୍ତି, ବୟସରେ ଓ ଅଭିଜ୍ଞତାରେ ବଡ଼ ହୋଇଥିଲେ ସୁଦ୍ଧା ନିଜ ଇଜ୍ଜତ କଥା ଚିନ୍ତା ନକରି ସର୍ବନିମ୍ନ ସ୍ତରକୁ ଯାଇ ମୁଁ ତାକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଏହା ସତ୍ତ୍ୱେ ସେ ମୋ ମାନ ରଖିଲାନି । ସେ ମୋତେ ମାନସିକ ଭାବେ ଅନେକ ଆଘାତ ଦେଇଛି । ଆମେ ତାଙ୍କୁ ଚାଲିବା ଶିଖାଇଥିଲୁ .. ଏବଂ ସେ ଆମକୁ ଡେଇଁ ଚାଲିଯାଇଛି ।

ଉଭୟଙ୍କ ମଧ୍ୟରେ ଚାଲିଛି ଆରୋପ-ପ୍ରତ୍ୟାରୋପ ପର୍ବ

ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରଠାରୁ ଦାଦା-ପୁତୁରାଙ୍କ ମଧ୍ୟରେ କଳହ ବଢ଼ିବାରେ ଲାଗିଛି । ଦୁହେଁ ଦୁହିଁଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି । ବିଧାନସଭା ବୈଠକକୁ ନିମନ୍ତ୍ରଣ କରାଯାଇ ନଥିବାରୁ ରାଗରେ  ଶିବପାଲ ଯାଦବ ଖୁବ୍ ଶୀଘ୍ର ଏକ ବଡ଼ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ତେବେ ଏହି ଆକଳନ ମଧ୍ୟ୍ୟରେ ଅଖିଳେଶ ଯାଦବ ମଧ୍ୟ ଖୋଲାଖୋଲି ଦାଦାଙ୍କୁ ବିରୋଧ କରିଛନ୍ତି । ଯିଏ ବିଜେପିକୁ ସମର୍ଥନ କରେ ସେ ଆମ ସହିତ ରହିପାରିବ ନାହିଁ ବୋଲି କହିଛନ୍ତି ।