Advertisment

Shibu Soren: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ସେ ତିନି ଥର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ସେ ଲୋକସଭା ଓ ରାଜ୍ୟସଭାର ମଧ୍ୟ ସାଂସଦ ରହିଥିଲେ।

ଅଦ୍ୟତନ ହୋଇଛି
Shibu Soren

Shibu Soren

Advertisment

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ପରଲୋକ ଘଟିଛି। ସୋମବାର ଦିଲ୍ଲୀର ଏକ ହସ୍ପିଟାଲରେ ୮୧ ବର୍ଷ ବୟସରେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଛି। ସୋରେନ ବର୍ତ୍ତମାନର ରାଜ୍ୟସଭା ସାଂସଦ ଥିଲେ। ତାଙ୍କ ପୁଅ ଏବଂ ଝାଡଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ମୃତ୍ୟୁ ଘୋଷଣା କରି କହିଛନ୍ତି, "ଆଦରଣୀୟ ଢିଶୁମ ଗୁରୁ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ଆଜି ମୁଁ ଶୂନ୍ୟ ହୋଇଗଲି।"

Advertisment

ଶିବୁ ସୋରେନ୍ ସମ୍ପ୍ରତି ରାଜନୀତିରୁ ଦୂରେଇ ରହିଥିଲେ, ଜୁନ ଶେଷ ସପ୍ତାହରେ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ମାସରେ ସ୍ଟ୍ରୋକ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ସେ ଲାଇଫ ସପୋର୍ଟରେ ଥିଲେ।

'ଢିଶୁମ ଗୁରୁ' ନାମରେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ସେ ଖୁବ୍ ପରିଚିତ ଥିଲେ। ଶିବୁ ସୋରେନ ଭାରତୀୟ ରାଜନୀତିରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ତିନିଥର ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଜେଏମଏମର ଜଣେ ପ୍ରମୁଖ ଆଦିବାସୀ ନେତା ଭାବେ ସେ ପ୍ରାୟ ଚାରି ଦଶନ୍ଧି ଧରି ଦଳ ନେତୃତ୍ୱ ନେଇଥିଲେ। ୧୯୮୭ରେ ସେ ଦଳର ନେତୃତ୍ୱ ଗ୍ରହଣ କରିଥିଲେ ଏବଂ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହାର ସଭାପତି ପଦରେ ଥିଲେ।

Advertisment

ସେ ପୃଥକ ଝାଡ଼ଖଣ୍ଡ ରାଜ୍ୟ ଗଠନ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେ ୨୦୦୫ ମାର୍ଚ୍ଚରେ, ୨୦୦୮ ଅଗଷ୍ଟରୁ ୨୦୦୯ ଜାନୁଆରୀ ଏବଂ ୨୦୦୯ ଡିସେମ୍ବରରୁ ୨୦୧୦ ମେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଯଦିଓ ରାଜନୈତିକ ଅସ୍ଥିରତା ହେତୁ ସେ ପୂର୍ଣ୍ଣ ପାଞ୍ଚ ବର୍ଷ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନଥିଲେ। ସଂଖ୍ୟାଗରିଷ୍ଠତାର ଅଭାବ ହେତୁ ୨୦୦୫ରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ମାତ୍ର ନଅ ଦିନ ପାଇଁ ଥିଲା। ସେ ୨୦୦୪ରୁ ୨୦୦୬ ମଧ୍ୟରେ ତିନିଥର କେନ୍ଦ୍ର କୋଇଲା ମନ୍ତ୍ରୀ ରହିଥିଲେ। ଛଅ ଥର ଲୋକସଭା ସାଂସଦ ଭାବେ ସେ ୧୯୮୦ରୁ ୨୦୦୫ ପର୍ଯ୍ୟନ୍ତ ସଂସଦରେ ପ୍ରତିନିଧିତ୍ୱ କରିଥିଲେ। ସେ ତିନିଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ଶିବୁ ସୋରେନ ୧୯୪୪ ଜାନୁଆରୀ ୧୧ରେ ଝାଡ଼ଖଣ୍ଡର ନେମରା ଗାଁରେ ଏକ ସାନ୍ତାଳ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ଅଧିକ ପଢ଼ନ୍ତୁ: ହାଇପ୍ରୋଫାଇଲ ରେଭ୍ ପାର୍ଟିରେ ପୂର୍ବତନ ମନ୍ତ୍ରୀଙ୍କ ଜ୍ବାଇଁ, ଚଢାଉ ବେଳେ ମିଳିଲା ପୁଳାପୁଳା ମାଦକ ଦ୍ରବ୍ୟ

Advertisment
Chief Minister Jharkhand Jharkhand Mukti Morcha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ