Advertisment

ମଂଚରେ କଥା ଦେଇଥିଲେ...ଏବେ ପାଣ୍ଡିଆନ୍‌ ବାବୁ ଆମକୁ ଠକିଦେଲେ

ଜିଲ୍ଲାୱାରି ଗସ୍ତ କରିଥିଲେ ପାଣ୍ଡିଆନ୍‌ । ସେବାୟତଙ୍କ ଦାବି ନେଇ ସପ୍ତାହେ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୭ ଦିନ ବଦଳରେ ମାସେ ଗଡିଲାଣି ହେଲେ ଦାବି ପୂରଣ ହେଲାନି । ସେବାୟତ କହିଲେଣି ସଚିବ ଆମକୁ ଠକିଦେଲେ

ଅଦ୍ୟତନ ହୋଇଛି
5T secy

5T secy

Advertisment

ଜିଲ୍ଲାୱାରି ଗସ୍ତ ସମୟରେ ଗତ ମାସରେ ବାରିପଦା ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍‌-ଟି ସଚିବ ଭିକେ ପାଣ୍ଡିଆନ୍‌ । ବିଶେଷ କରି ଜଗନ୍ନାଥ ମନ୍ଦିରର ସେବାୟତଙ୍କର ଦୀର୍ଘଦିନର ଦାବି ପୂରଣ ହେବା ନେଇ ଆଶା ସଂଚାର ହୋଇଥିଲା । ସେବାୟତଙ୍କ ଦରଖାସ୍ତ ପରେ ସଫା ସଫା ସଚିବ କୁଆଡେ କହିଥିଲେ ୭ ଦିନ ମଧ୍ୟରେ ପୂରଣ ହେବ ସବୁ ଦାବି । ହେଲେ ସଚିବଙ୍କ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର । ଗସ୍ତ ସମୟରେ କହିଥିବା କଥା ନଖିବାରୁ ତେଜୁଛି ଅସନ୍ତୋଷ ।

Advertisment

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରର ସେବାୟତ ଗତ ମାସ ୭ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ମଠ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜଗନ୍ନାଥ ମନ୍ଦିରରୁ ନବୀନ ନିବାସ ପର୍ଯ୍ୟନ୍ତ ପଦ ଯାତ୍ରାରେ ବାହାରିଥିଲେ । ଦାବି ଥିଲା ଜଗନ୍ନାଥଙ୍କ ହଜାର ହଜାର ଏକର ଜମିକୁ ଉଦ୍ଧାର, ମଠ ମନ୍ଦିରର ନୀତି ପରମ୍ପରାକୁ ସୁରୁଖୁରୁରେ ଚାଲିବା ପାଇଁ ସ୍ଵତନ୍ତ୍ର ଅନୁଦାନ, ଠାକୁରଙ୍କ ଅଳଙ୍କାରର ହିସାବ ସହ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ମଠ ମନ୍ଦିରର ଦାୟିତ୍ୱ ଦେବା ଲାଗି ଦାବି ହୋଇଥିଲା ।

ଏ ଦାବି ଏବେର ନୁହେଁ ବରଂ ବହୁବର୍ଷ ପୁରୁଣା । ଦାବି ପୂରଣ ଲାଗି ଥରେ ନୁହେଁ ଅନେକ ଥର ପଦଯାତ୍ରା ହୋଇଛି । ଚିରାଚରିତ ଢଙ୍ଗରେ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ବି ମିଳେ । ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍‌ । ଗତ ମାସରେ ବି ସେବାୟତମାନେ ୨୦ କିଲୋମିଟ ଯିବା ପରେ ଖୋଦ୍‌ ଜିଲ୍ଲାପାଳ ବୁଝାସୁଝା କରିବା ପରେ ଫେରାଇ ଆଣିଥିଲେ । ହେଲେ ଏଥର ଆଉ ପ୍ରଶାସନର ଚାଲାଖି ଚଳିବନି ବୋଲି ରୋକଠୋକ୍‌ କହିଛନ୍ତି ସେବାୟତ ।

Advertisment

ଗତମାସ ସେବାୟତଙ୍କ ଯେତେବେଳେ ପଦଯାତ୍ରା ଚାଲିଥିଲା ତା’ର ୨ ଦିନ ପରେ ୫-ଟି ସଚିବଙ୍କ ମଯୂରଭଞ୍ଜ ଗସ୍ତ ଥିଲା । ସଚିବଙ୍କ ଗସ୍ତ ସମୟରେ କାଳେ କୌଣସି ଅଘଟଣ ଘଟିବ ସେଥିଲାଗି ପ୍ରତିଶ୍ରୁତିର ପାହାଡ ପ୍ରଶାସନ ଛିଡା କରିଥିବା ନେଇ ଅଭିଯୋଗ ବି ହୋଇଛି । ଏମିତିକି ସଚିବଙ୍କ ଗସ୍ତ ପରେ ସବୁ ପ୍ରତିଶ୍ରୁତି ପାଳନ ହେବ ବୋଲି ଆଶା ରଖିଥିଲେ ସେବାୟତ । କିନ୍ତୁ ସବୁ ଆଶା ଏବେ ମୌଳିଯାଇଛି ।

ସବୁଠାରୁ ବଡ କଥା ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ପୂରଣ ନହେବାରୁ ଖୋଦ୍‌ ପ୍ରଶାସନର ପ୍ରତିକ୍ରିୟା ଲୋଡି ଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ହେଲେ ମୁହଁ ଖୋଲିଛନ୍ତି ବିଜେଡି ବିଧାୟକ । କହିଛନ୍ତି, ମନ୍ଦିର ଲାଗି ପୂର୍ବରୁ ମୁଖ୍ୟମନ୍ତ୍ରୀ ୫ କୋଟି ଦେଇଥିଲେ । ଦାବି ନେଇ ବିଚାର ଚାଲିଛି । ୫ଟି ସଚିବଙ୍କ ଜିଲ୍ଲାୱାରୀ ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିବା ବେଳେ କେମିତି ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ହୋଇଛି ତାହା ଏହି ଘଟଣାରୁ ଜଣାପଡୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ