Advertisment

ଗୋଳିଆ ଗଞ୍ଜାମ ଗଣିତ; ଅଲୋଡ଼ା ହେଲେଣି ପୁରୁଖା, ବିଜେଡି ପାଇଁ ବଢ଼ିବ ଅଡୁଆ !

କିଏ ଦୁଇ ଥରର ବିଧାୟକ ତ କିଏ ଥରେ । କିଏ ବିଜେଡି ଆରମ୍ଭରୁ ଅଛନ୍ତି ତ ଆଉ କିଏ ୧୮ ବର୍ଷ ଧରି ଦଳ ସହ ଜଡିତ । ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି, ବିଜୁ ଜନତା ଦଳର ବରିଷ୍ଠ ନେତା ।

ଅଦ୍ୟତନ ହୋଇଛି
BJD

BJD

Advertisment

ନିର୍ବାଚନ ଯେତିକି ପାଖେଇ ଆସୁଛି ଗଂଜାମ ବିଜେଡିରେ ଅସନ୍ତୋଷର ନିଆଁ ସେତିକି ଜଳୁଛି । ଦଳରେ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ରୁଦ୍ଧଦ୍ୱାର ବୈଠକ କରିଛନ୍ତି ଜିଲ୍ଲାର ୬ ଜଣ ପୂର୍ବତନ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚିଠି ଲେଖି ସମୟ ମାଗିଛନ୍ତି । କ୍ଷୋଭର ସହ କହିଛନ୍ତି, ଏତେ ଦିନ ଯେଉଁ ଦଳ ପାଇଁ ସବୁ ଉତ୍ସର୍ଗ କରିଛୁ, ଏବେ ଅଣଦେଖା କରାଯାଉଛି । ସେପଟେ ଜିଲ୍ଲା ସଭାପତି କିନ୍ତୁ କହୁଛନ୍ତି, ଆମେ ଏକାଠି ଅଛୁ ।

Advertisment

କିଏ ଦୁଇ ଥରର ବିଧାୟକ ତ କିଏ ଥରେ । କିଏ ବିଜେଡି ଆରମ୍ଭରୁ ଅଛନ୍ତି ତ ଆଉ କିଏ ୧୮ ବର୍ଷ ଧରି ଦଳ ସହ ଜଡିତ । ଗଞ୍ଜାମ ଜିଲ୍ଲାର ଲୋକ ପ୍ରତିନିଧି, ବିଜୁ ଜନତା ଦଳର ବରିଷ୍ଠ ନେତା । ଏବେ ଦଳ ପାଇଁ ଅଲୋଡା ହୋଇପଡିଥିବା ଅନୁଭବ କରି ଜିଲ୍ଲାର କିଛି ଭେଟେରାନ୍ ନେତା ବ୍ରହ୍ମପୁରରେ କରିଛନ୍ତି ରୁଦ୍ଧଦ୍ୱାର ବୈଠକ । ଯାହାର ଫୋଟ ଆସିଛି ସାମ୍ନାକୁ ।

ବୈଠକରେ ସାମିଲ ହୋଇଥିଲେ ହିଂଜିଳିର ପୂର୍ବତନ ବିଧାୟକ ଉଦୟ ନାୟକ ଏବଂ ହରିହର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ ଏବଂ ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା । ସମସ୍ତଙ୍କ କ୍ଷୋଭ, ଦଳରେ ସେମାନଙ୍କୁ ଆଉ ଗୁରୁତ୍ୱ ଦିଆଯାଉନି ।

Advertisment

ଗତ ନିର୍ବାଚନରେ ହିଞ୍ଜିଳରେ ମୁଖ୍ୟମନ୍ତ୍ରୀଙ୍କ ଭୋଟ୍ ହାର କମିଛି । ପଂଚାୟତ ନିର୍ବାଚନରେ ବି କମିଛି ବିଜେଡିର ଭୋଟ୍ ବ୍ୟବଧାନ । ଜିଲ୍ଲାରେ ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଗୋଷ୍ଠୀ କନ୍ଦଳ ତୀବ୍ର ହେଉଛି । ଯାହାର ଫାଇଦା ନେଉଛି ବିଜେପି । ତେଣୁ ଅସନ୍ତୁଷ୍ଟ ନେତା ସିଧାସଳଖ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସଂଗଠନ ବାବଦରେ ଆଲୋଚନା କରିବାକୁ ସମୟ ମାଗିଛନ୍ତି ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଏବଂ ଜିଲ୍ଲାର ଛ ଛ ଜଣ ପୂର୍ବତନ ବିଧାୟକ ଦଳ ବିରୋଧରେ ଏଭଳି ଖୋଲାଖୋଲି ଅସନ୍ତୋଷ ଜାହିର କରୁଥିବା ବେଳେ ଜିଲ୍ଲା ବିଜେଡି ସଭାପତି କିନ୍ତୁ କହିଛନ୍ତି, ଆମେ ଏକାଠି ଅଛୁ । ସେପଟେ ରାଜନୈତିକ ବିଶାରଦଙ୍କ ମତ, ବରିଷ୍ଠଙ୍କୁ ଅଣଦେଖା ଆଗାମୀ ନିର୍ବାଚନରେ ବିଜେଡି ପାଇଁ ସମସ୍ୟା ଆଣିପାରେ ।

Advertisment
BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ