Advertisment

Pinaki Mishra:ବଢ଼ିଲା ପୂର୍ବତନ ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ ! ଅର୍ଥ ହେରଫେର, ମନି ଲଣ୍ଡରିଂ ସହ ରୁଷ ବିରୋଧୀ ପ୍ରଶ୍ନ ଅଭିଯୋଗ

ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଆର୍ଥିକ ହେରଫେର, ମନି ଲଣ୍ଡରିଂ, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ସଂଗୀନ ଅଭିଯୋଗ ଆସିଛି ପିନାକୀଙ୍କ ବିରୋଧରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଅଦ୍ୟତନ ହୋଇଛି
pinaki mishra

pinaki mishra

Advertisment

ବଢ଼ିଲା ପୂର୍ବତନ ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ ! ଆର୍ଥିକ ହେରଫେର୍ ସହ ଜାତୀୟ ସୁରକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିବା ପିନାକୀ ପଡ଼ିବେ କି ମହା ବିପଦରେ ? କାରଣ ଅଭିଯୋଗ ପରେ ଗୃହ ମନ୍ତ୍ରାଳୟ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରରେ ଏବେ ପିନାକୀ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆର୍ଥିକ ହେରଫେର, ମନି ଲଣ୍ଡରିଂ, ସଂସଦରେ ଦେଶ ସୁରକ୍ଷା ଓ ୠଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ସଂଗୀନ ଅଭିଯୋଗ ଆସିଛି ତାଙ୍କ ବିରୋଧରେ।

Advertisment

ଏପରିକି ସନ୍ଦେହଜନକ ସଂପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ କ୍ୟାସ୍ ଡିପୋଜିଟ୍, ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସଂପର୍କିତ ତଥ୍ୟ ସଂପର୍କରେ ସଂସଦରେ ସ୍ବତନ୍ତ୍ର ଭାବେ ପ୍ରଶ୍ନ ପଚାରିଥିବା ଅଭିଯୋଗ ରହିଛି ପିନାକୀଙ୍କ ବିରୋଧରେ। ଦେଶରେ କେତୋଟି ନ୍ୟୁକ୍ଲିୟର ବୁଡ଼ା ଜାହାଜ ଆକ୍ଟିଭ ଅଛି, INS ଅରିହନ୍ତ ଓ INS ଚକ୍ରର ଗୁପ୍ତ ତଥ୍ୟକୁ ନେଇ ସଂସଦରେ ପ୍ରଶ୍ନ ପଚାରିଛନ୍ତି। ଯାହା ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ୨ଟି ଅଭିଯୋଗ ଦାୟର ହୋଇଥିବା ଖବର ପ୍ରକାଶ ପାଇଛି।

ଗୋଟିଏ ଅଭିଯୋଗରେ ଆର୍ଥିକ ହେରଫେର ଓ ସନ୍ଦେହଜନକ ସଂପତ୍ତି କାରବାର, ଅନ୍ୟଟିରେ ଦେଶର ସୁରକ୍ଷା ସଂପର୍କିତ ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ସଂସଦରେ ପ୍ରଶ୍ନ ପଚାରିଥିବା ଦର୍ଶାଯାଇଛି। ଗୋଟିଏ ଜାତୀୟ ସୁରକ୍ଷା ସଂପର୍କିତ, ଅନ୍ୟଟି କର୍ପୋରେଟ କନଫ୍ଲିକ୍ଟ ଅଫ୍ ଇଣ୍ଟେରେଷ୍ଟ ନେଇ ଅଭିଯୋଗ ହୋଇଛି। ଏଭଳି ୨ଟି ଅଭିଯୋଗକୁ ଗ୍ରହଣ କରି ସଂପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଥିବା ଜାତୀୟ ମିଡ଼ିଆରେ ଖବର ପ୍ରକାଶ ପାଇଛି। 

Advertisment

ଚାରି ଚାରି ଥର ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିବା ପିନାକୀ ମିଶ୍ର ଜଣେ ଅଭିଜ୍ଞ ରାଜନେତା ଏବଂ ସୁପ୍ରିମକୋର୍ଟର ଆଇନଜୀବୀ ମଧ୍ୟ। ଏକଦା ଆତ୍ମଘୋଷିତ ଭଗବାନ ତଥା ବିଦେଶୀ ଅସ୍ତ୍ରଶସ୍ତ୍ର ଡିଲ୍ ମାମଲାରେ ଅଶୀ ଏବଂ ନବେ ଦଶକରେ ବିବାଦୀୟ ହୋଇଥିବା ଚନ୍ଦ୍ରସ୍ବାମୀଙ୍କ ଲିଙ୍କରେ ପିନାକୀ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ବର୍ତ୍ତମାନର ପତ୍ନୀ ତଥା ସାଂସଦ ମହୁଆ ମୈତ୍ର ମଧ୍ୟ ଜଣେ ବଡ଼ ବ୍ୟବସାୟୀଙ୍କ ଫାଇଦା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ତଦନ୍ତ ପରିସରକୁ ଆସିଥିଲେ।

ତେବେ ସଂସଦରେ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ସେତେଟା ପ୍ରଶ୍ନ ନପଚାରି ଦେଶର ପ୍ରତିରକ୍ଷା, ନିରାପତ୍ତା ଏବଂ ଆର୍ଥିକ କାରବାର ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଅଧିକ ପ୍ରଶ୍ନ କରିଥିବା ପିନାକୀଙ୍କୁ ନେଇ ଘେରିଛି ବିଜେପି। ତେବେ ବିଜେଡି ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିନଥିବାବେଳେ ସବୁ ଅଭିଯୋଗ ପୁରୁଣା ଓ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି ପିନାକୀ। କିନ୍ତୁ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ସେ ମନା କରିଦେଇଛନ୍ତି।

Advertisment

ତେବେ ପିନାକୀଙ୍କ ବିରୋଧରେ ଉଠିଥିବା ଅଭିଯୋଗ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଗୃହ ମନ୍ତ୍ରାଳୟ ତଦନ୍ତ ଆରମ୍ଭ କରିଥିବାବେଳେ ମାମଲା କେଉଁ ମୋଡ଼କୁ ଯାଉଛି ଏବଂ ପିନାକୀଙ୍କ ପାଇଁ ଅଡୁଆ କେମିତି ବଢୁଛି, ତାକୁ ଅପେକ୍ଷା।

Allegations MP Pinaki Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ