Advertisment

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ: ସମ୍ବିତ ପାତ୍ର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର ଦାବି କରିଛନ୍ତି।

Senior BJP leader Sambit Patra

Senior BJP leader Sambit Patra

Advertisment

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନବୀୟ କାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏଥର ଜଗଦ୍ଦେବ ବର୍ବରତାର ସବୁ ସୀମା ଟପି ଯାଇ ଯେଉଁ ଜନତାଙ୍କ ଦ୍ୱାରା ସେ ନିର୍ବାଚିତ ହୋଇଛନ୍ତି ସେଇ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି। ବିଧାୟକଙ୍କ ଏହି ବର୍ବରକାଣ୍ଡରେ ୧୦ ପୋଲିସ୍ ଅଧିକାରୀଙ୍କ ସହ ୨୨ରୁ ଅଧିକ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରମଣରେ ବି ଗୁରୁତର ଆହତ ହୋଇ ଜଗଦ୍ଦେବ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। 

Advertisment

ଘଟଣାକୁ ନେଇ ବିଜେଡିକୁ ଓ ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ଟାର୍ଗେଟ୍‌ କରିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡ଼ି ମଡ଼ାଇବା ଘଟଣାକୁ ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, ‘ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବେ ଜନସାଧାରଣଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଛନ୍ତି ପୂରା ଭାରତରେ ଏହି ଘଟଣା ଓଡ଼ିଶାର ଛବିକୁ ମଳିନ କରିଛି। ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାର ଗ୍ରହଣ କରନ୍ତୁ।’

ସମ୍ବିତ ପାତ୍ର ଆହୁରି କହିଛନ୍ତି, ‘ଦୀର୍ଘ ଦିନ ଶାସନରେ ରହିବା ପରେ ବିଧାୟକଙ୍କ ଅହଂକାର ବଢ଼ିଛି। ପୂର୍ବରୁ ମଧ୍ୟ ବିଧାୟକଙ୍କ ନାଁରେ ଅନେକ ଅଭିଯୋଗ ରହିଛି।ପୂର୍ବରୁ ବିଧାୟକ ଜଗଦ୍ଦେବ ଦଳିତ ଯୁବକଙ୍କୁ ମଧ୍ୟ ମାଡ଼ ମାରିଥିଲେ। ତେଣୁ ବିଧାୟକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସମ୍ବିତ ପାତ୍ର ଦାବି କରିଛନ୍ତି। 

Advertisment
MLA Prashant Jagdev Chilika MLA Prashant Jagdev BJP Leader Sambit Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ