Advertisment

ସିଲେକ୍ଟ କମିଟି ସଦସ୍ୟଙ୍କୁ ତାରିଫ୍ କଲେ ବୈଜୟନ୍ତ, ବାଚସ୍ପତିଙ୍କ ସହ ଉଠାଇଲେ ଗ୍ରୁପ ଫଟୋ

ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ବୈଜୟନ୍ତ କହିଛନ୍ତି, କମିଟି ଏକ ଦଳଗତ ମନୋଭାବ ସହିତ କାମ କରିଥିଲା । କୌଣସି ସମୟ ବୃଦ୍ଧି ନକରି ଏହି ବିଶାଳ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବାରେ ଯେଉଁ କଠିନ ପରିଶ୍ରମ କରିଛନ୍ତି, ସେଥିପାଇଁ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା ।

ଅଦ୍ୟତନ ହୋଇଛି
Select Committee

Select Committee

Advertisment

ଲୋକସଭାରେ ଉପସ୍ଥାପିତ ହୋଇଛି ନୂଆ ଆୟକର ବିଲ ସମ୍ପର୍କିତ ସିଲେକ୍ଟ କମିଟି ରିପୋର୍ଟ । ଏହି ରିପୋର୍ଟ ଉପସ୍ଥାପିତ ହେବା ପରେ ସିଲେକ୍ଟ କମିଟିର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ଆୟକର ବିଲ୍ ସମ୍ପର୍କିତ ସିଲେକ୍ଟ କମିଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବିଲର ଯାଞ୍ଚ କରିବା ସହ ସେମାନଙ୍କର ପ୍ରତିବଦ୍ଧତା ଓ ଟିମ୍ୱ ୱାର୍କ ପାଇଁ ସମସ୍ତଙ୍କୁ ତାରିଫ କରିଛନ୍ତି ବୈଜୟନ୍ତ ପଣ୍ଡା ।

Advertisment

ଏଥିସହ ସମସ୍ୟ ସଦସ୍ୟ ବାଚସ୍ପତି ଓମ୍ ବିର୍ଲାଙ୍କ ସହ ଗ୍ରୁପ ଫଟୋ ଉଠାଇଥିଲେ। ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ବୈଜୟନ୍ତ କହିଛନ୍ତି, କମିଟି ଏକ ଦଳଗତ ମନୋଭାବ ସହିତ କାମ କରିଥିଲା । କୌଣସି ସମୟ ବୃଦ୍ଧି ନକରି ଏହି ବିଶାଳ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବାରେ ଯେଉଁ କଠିନ ପରିଶ୍ରମ କରିଛନ୍ତି, ସେଥିପାଇଁ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା । ଗତକାଲି ଲୋକସଭାରେ ଉପସ୍ଥାପିତ ହୋଇଥିଲା ନୂଆ ଆୟକର ବିଲ ସମ୍ପର୍କିତ ସିଲେକ୍ଟ କମିଟି ରିପୋର୍ଟ ।

Lok Sabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ