Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା: ବିଜେଡି ବିଧାୟକ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା। ବିଧାନସଭାରେ ଆନନ୍ଦପୁରର ବିଜେଡି ବିଧାୟକ ଭାଗିରଥି ସେଠୀ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି।

Seeking help from Health Minister is akin to slapping yourself, says BJD MLA

Seeking help from Health Minister is akin to slapping yourself, says BJD MLA

Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା। ଆଜି ବିଧାନସଭାରେ ଆନନ୍ଦପୁରର ବିଜେଡି ବିଧାୟକ ଭାଗିରଥି ସେଠୀ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି। କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟାବସ୍ଥାର ନଗ୍ନ ଚିତ୍ରକୁ ସାମ୍ନାରେ ରଖି ଦୁଃଖ ପ୍ରକାଶ କରିବା ପରେ ଏଭଳି କହିଛନ୍ତି ଭାଗିରଥି।

Advertisment

ବିଧାୟକ ଭାଗିରଥି ସେଠୀ କହିଛନ୍ତି, ‘ଆନନ୍ଦପୁରରେ ଏକ ଭଲ ମେଡିକାଲ୍ ନାହିଁ। ସାମାନ୍ୟ କିଛି ପରୀକ୍ଷା କରିବା ପାଇଁ ଲୋକଙ୍କୁ ୧୨୦ କିଲୋମିଟର ଦୂର କଟକ ଯିବାକୁ ପଡ଼ୁଛି। ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଡାକ୍ତର, ଫାର୍ମାସିଷ୍ଟ ନାହାନ୍ତି। ପରିସ୍ଥିତି ଏପରି ହୋଇଛି କି ପିଅନ ରୋଗୀ ଚିକିତ୍ସା କରୁଛନ୍ତି। ବେଳେ ବେଳେ ପିଅନ ହିଁ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ବୋଲି ବିଧାୟକ କହିଛନ୍ତି।

ଏନେଇ ବଦ୍ରି ପାତ୍ର ଓ ସେ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ତଥାପି କୌଣସି ସମାଧାନ ବାହାରି ପାରିନି। ତେଣୁ ସେ ଗୃହରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା ବୋଲି ବିଧାୟକ ଭାଗିରଥି ସେଠୀ କହିଛନ୍ତି। ସେପଟେ ବିଧାୟକଙ୍କ ଅଭିଯୋଗକୁ ନେଇ ଖବର ଲେଖାଯିବା ସୁଦ୍ଧା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିପ୍ରିୟା ମିଳିପାରିନି। 

Advertisment

Health Minister BJD MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ