Advertisment

ପାଣ୍ଡିଆନଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା: କାଲି ପିଙ୍କ୍‌ ପିନ୍ଧିଥିଲେ, ଆଜି ବ୍ଲୁ ଡ୍ରେସ୍‌ରେ ସୁରକ୍ଷାକର୍ମୀ

ଗତକାଲି 5T ସଚିବ ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀ ପିଙ୍କ୍ କଲର ଡ୍ରେସ୍‌ ପିନ୍ଧି ଥିବାବେଳେ ଆଜି ନୀଳ ରଙ୍ଗର ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Security Tightened 5T Secretary VK Pandian Visit

Security Tightened 5T Secretary VK Pandian Visit

Advertisment

କାଲି ପିଙ୍କ୍‌ ଆଜି ବ୍ଲୁ। ଗତକାଲି 5T ସଚିବ ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀ ପିଙ୍କ୍ କଲର ଡ୍ରେସ୍‌ ପିନ୍ଧି ଥିବାବେଳେ ଆଜି ନୀଳ ରଙ୍ଗର ଟି ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ପାଣ୍ଡିଆନଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା, କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। 

Advertisment

ଅଭିଯୋଗ ପ୍ରକୋଷ୍ଠ ଖୋଲା ଯାଇଛି ଓ ଅଞ୍ଚଳର ଲୋକେ ନିଜ ଅଭିଯୋଗ ସିଧାସଳଖ ସଚିବଙ୍କୁ ଜଣାଇ ପାରିବେ। ପାଣି ବୋତଲ, ବ୍ୟାଗ୍, କଳା ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କୁ ସଭାସ୍ଥଳ ଭିତରକୁ ଯିବାକୁ ବାରଣ କରାଯାଇଛି।

5T ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତ ରହି ଥିବାବେଳେ ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା, ଖଲ୍ଲିକୋଟ, ବ୍ରହ୍ମପୁରଠାରେ ପାଣ୍ଡିଆନଙ୍କ ଗସ୍ତ ରହିଛି। ଆଜି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡିଆ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

Advertisment
5T Secretary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ