Advertisment

ନିର୍ବାଚନ ଶୋଭାଯାତ୍ରା ସମ୍ପୂର୍ଣ୍ଣ ମନା, ନୋମିନେସନ ବେଳେ ଗୋଟିଏ ଗାଡ଼ିକୁ ଅନୁମତି

ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଜାରି କରିଛନ୍ତି ଏସ୍ଇସି। ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଗାଇଡଲାଇନ ପଠାଯାଇଛି।

ଅଦ୍ୟତନ ହୋଇଛି
SEC Guidelines

SEC Guidelines

Advertisment

ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ। ଫେବୃଆରୀ ୧୬ରୁ ୫ଟି ପର୍ଯାୟରେ ହେବ ନିର୍ବାଚନ। ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ ହେବ। ସେହିପରି ଫେବ୍ରୁଆରୀ ୨୬, ୨୭, ୨୮ରେ ହେବ ଭୋଟ ଗଣତି ହେବ। ଆଜିଠୁ ଆରମ୍ଭ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ହେଲେ ପ୍ରଚାର, ଭୋଟ ଗ୍ରହଣ ଓ ଗଣତି ବେଳେ ବେଳେ କେଉଁ ସବୁ ନିୟମକୁ ମାନିବାକୁ ପଡ଼ିବ, କଣ ରହିଛି ଗାଇଡ୍‌ଲାଇନ। ନଜର ପକାନ୍ତୁ, ଏନେଇ କଣ କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

Advertisment
  • ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି।
  • ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ ରାଲି ପାଇଁ ଅନୁମତି ନାହିଁ।
  • ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ।
  • ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ପ୍ରଚାର କରିପାରିବେ।
  • ଡବଲ ଡୋଜ୍ ଟିକା ବା RTPCR ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଅନୁମତି।
  •  ୩୬ ଘଣ୍ଟା ପୂର୍ବରୁ ସରିବ ପ୍ରଚାର।
  • ଅସୂୟାଭାବ, ଶତ୍ରୁତା, ଘୃଣା ସୃଷ୍ଟିକାରୀ ଭାଷା ବ୍ୟବହାର ମନା।
  • ଦଳ ବା ପ୍ରାର୍ଥୀ ଏଭଳି କୌଣସି ଲିଖିତ ବା ମୌଖିକ ଭାଷା ବ୍ୟବହାର କରିବେନି।
  • ଧାର୍ମିକ ସ୍ଥାନ, ସରକାରୀ ଭବନ, ଶିକ୍ଷାନୁଷ୍ଠାନ ପରିସରରେ ସଭା ମନା।
  • ଆଗୁଆ ମଂଜୁରୀ ନେଇ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇପାରିବ।
  • ରାତି ୮ଟା ପରେ ଓ ସକାଳ ୭ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ମନା।
  • ଭୋଟ ଗ୍ରହଣ ଧାର୍ଯ୍ୟ ସମୟର ୩୬ ଘଣ୍ଟା ପୂର୍ବରୁ ଡାକବାଜି ଯନ୍ତ୍ର ନିଷେଧ।

କଣ ରହିଛି କୋଭିଡ୍‌ ଗାଇଡଲାଇନ୍?

ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଜାରି କରିଛନ୍ତି ଏସ୍ଇସି। ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଗାଇଡଲାଇନ ପଠାଯାଇଛି। 

Advertisment
  • ନିର୍ବାଚନରେ ସାମିଲ ସବୁ କର୍ମଚାରୀଙ୍କୁ ଡବଲ ଡୋଜ୍ ଟିକା ବାଞ୍ଛନୀୟ।
  • ଡବଲ ଡୋଜ୍ ଟିକା ନେଇନଥିଲେ ପୋଲିଂ/କାଉଣ୍ଟିଂ ଏଜେଣ୍ଟଙ୍କୁ ପ୍ରବେଶ ମନା।
  • ଗର୍ଭବତୀ ବା ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ନିର୍ବାଚନ ଡ୍ୟୁଟି ମନା।
  • କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ବି ନିର୍ବାଚନ  ଡ୍ୟୁଟି ଦିଆଯିବନି।
  • ନୋମିନେସନ ବେଳେ ପ୍ରାର୍ଥୀ କିମ୍ବା ପ୍ରସ୍ତାବକ ଭିତରକୁ ଯାଇ ପାରିବେ।
  • ଅନ୍ୟ ପ୍ରାର୍ଥୀ ବା ପ୍ରସ୍ତାବକଙ୍କୁ ପ୍ରବେଶ ପାଇଁ ଟୋକନ ଦିଆଯିବ
  • ପ୍ରସ୍ତାବକଙ୍କ ଜରିଆରେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ କରୋନା ଆକ୍ରାନ୍ତ
  • ପ୍ରାର୍ଥୀପତ୍ର ଦାଖଲ ପାଇଁ ଯିବା ବେଳେ କେବଳ ଗୋଟିଏ ଗାଡ଼ିକୁ ଅନୁମତି
Covid Guidelines Panchayat Election State Election Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ