ନିର୍ବାଚନ ପୂର୍ବରୁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ମତଦାନ ବନ୍ଦ

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ । ବନ୍ଦ ରହିଲା ମତଦାନ ।

ଜୀବନ ହାରିଲେ ସରପଞ୍ଚ ପ୍ରାର୍ଥୀ

ଜୀବନ ହାରିଲେ ସରପଞ୍ଚ ପ୍ରାର୍ଥୀ । ବରଗଡ଼ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁପରେ ସରପଞ୍ଚ ଭୋଟ୍ ବନ୍ଦ ଘୋଷଣା କରାଯାଇଛି । ଆସନ୍ତା ୨୪ ତାରିଖରେ ଗୋବିନ୍ଦପୁର ପଞ୍ଚାୟତରେ ହେବାକୁ ଅଛି ଭୋଟ୍ । ତେବେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ପଦ ପାଇଁ ନିର୍ବାଚନ ବନ୍ଦ ଘୋଷଣା କରାଯାଇଛି ।

ସେହିପରି ଗତକାଲି ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଯୋଗୁଁ ସେହି ପଞ୍ଚାୟତରେ ଭୋଟ ସ୍ଥଗିତ ରହିଛି । ଆଜି ବରଗଡ଼ ଜିଲ୍ଲାର ୪ଟି ବ୍ଲକ ଅମ୍ବାଭୋନା, ଭଟଲି, ପାଇକମାଲ ଓ ଝାରବନ୍ଧରେ ପ୍ରଥମ ପଯର୍ୟାୟ ପଞ୍ଚାୟତ ଭୋଟ ଚାଲିଛି । ୮୬୯ ବୁଥରେ ୨ ଲକ୍ଷ ୭୨ ହଜାରରୁ ଅଧିକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ କଟକ ସଦର ବ୍ଲକର ଯଶପଡ଼ା ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କର ମଧ୍ୟ ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି । ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ମତଦାନ ବର୍ତ୍ତମାନ ପାଇଁ ବନ୍ଦ ରହିଛି । କଟକ ସଦର ବ୍ଲକ ବିଡିଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।