Sarpanch Candidate Dies Before Elections
ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ହେଲେ ତା’ପୂର୍ବରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି। ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିବା ଯୋଗୁ ସରପଞ୍ଚ ନିର୍ବାଚନ ସ୍ଥଗିତ ରହିଛି। ଏନେଇ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ ଘୋଷଣା କରିଛନ୍ତି। ମୃତ ସରପଞ୍ଚ ପ୍ରାର୍ଥୀଙ୍କ ନାଁ ପ୍ରାର୍ଥୀ ସରୋଜ୍ ସେଠ୍।
ସୂଚନା ଅନୁସାରେ, ଗତ ୫ ଦିନ ପୂର୍ବେ ସରୋଜ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକରେ ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ସେ କ୍ୟାନ୍ସରରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଆସନ୍ତାକାଲି ଭଟ୍ଟଲି ବ୍ଲକ୍ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତରେ ମତଦାନ ହୋଇଥାନ୍ତା। ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ମାଛ ଚିହ୍ନରେ ସରୋଜ୍ ସେଠ୍ ନିର୍ବାଚନ ଲଢ଼ୁଥିଲେ। ତେବେ ଦୁଃଖଦ ଘଟଣା, ନିର୍ବାଚନର ଦିନକ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି। ତେଣୁ ସମ୍ପୃକ୍ତ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ସ୍ଥଗିତ ନେଇ ବରଗଡ଼ ଉପଜିଲ୍ଲାପାଳ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/d_1644910224.jpg)