Advertisment

ନିର୍ବାଚନ ହାରିବା ପରେ ସରପଞ୍ଚ ପ୍ରାର୍ଥୀଙ୍କ କାରନାମା: ବଡ଼ ବଡ଼ ଗାତ ଖୋଳିଲେ, ପଥର ପକାଇ ରାସ୍ତା ବନ୍ଦ କଲେ

ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ।

Road blocked

Road blocked

Advertisment

ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ। ପଞ୍ଚାୟତ ନିର୍ବାଚନରେ ହାରି ଯିବାରୁ  ସରପଞ୍ଚ ପ୍ରାର୍ଥୀ ବାରିକ ଶବରଙ୍କ ଏଭଳି କାରନାମା ଦେଖିବାକୁ ମିଳିଛି।  ଗଜପତି ଜିଲ୍ଲା ରାୟଗଡ ବ୍ଲକ୍‌ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟରେ ଏହି ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଗଜପତି ଜିଲ୍ଲା ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତର ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜୀ ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ସେ କିମ୍ୱା ତାଙ୍କ ପରିବାର ଲୋକେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସରପଞ୍ଚ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ଥର ମଧ୍ୟ ହରିବନ୍ଧୁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଓ ଏଥିରେ ବିଜୟ ଲାଭ କରିଥିଲେ। 

କିନ୍ତୁ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବାରିକ ଶବର ନିର୍ବାଚନରେ ହାରି ଯାଇଥିଲେ। ନିର୍ବାଚନରେ ହାରିବା ପରେ ସେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରି ଦେଇଥିବା ସୂଚନା ମିଳିଛି। ରାୟଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସେ ବନ୍ଦ କରି ଦେଇଛନ୍ତି। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ରାସ୍ତା ବନ୍ଦ କରି ଦେଇଛନ୍ତି। ଫଳରେ ୫ଟି ଗାଁର ଲୋକେ ପଞ୍ଚାୟତକୁ ଆସିବା ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

Advertisment
Odisha Panchayat Polls Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ