Advertisment

ରାସ୍ତା ଉପରେ ଶଙ୍ଖ ଭବନ ! ଏବେ ଖୋଲିବ ତଦନ୍ତ ଖିଅ

ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍‌ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି।

ଅଦ୍ୟତନ ହୋଇଛି
Sankha Bhawan

Sankha Bhawan

Advertisment

ଭୁବନେଶ୍ୱରରେ ବିଜୁ ଜନତା ଦଳର ଆଲିଶାନ୍ ପାର୍ଟି ମୁଖ୍ୟାଳୟ-ଶଙ୍ଖ ଭବନ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। ଶଙ୍ଖ ଭବନ ଛିଡ଼ା ହୋଇଥିବା ୪ଟି ପ୍ଲଟ୍ ମଧ୍ୟରୁ ଗୋଟିଏ ପ୍ଲଟର କିସମ ରୋଡ୍ ବା ‘ସଡ଼କ’ ଥିଲେ ବି ସେ କିସମରେ କାରସାଦି କରାଯାଇ ତାକୁ ଘରବାଡି ପ୍ଲଟ୍‌ରେ ବଦଳା ଯାଇ ତା ଉପରେ ନିର୍ମାଣ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି।

Advertisment

ମିଳିଥିବା ଦସ୍ତାବିଜ୍ ଅନୁସାରେ ରାଜଧାନୀର ଛାତି ୟୁନିଟ-୬ରେ ମୋଟ୍ ୪ଟି ପ୍ଲଟ୍‌କୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ଶଙ୍ଖ ଭବନ ନିର୍ମାଣ ହୋଇଛି। ସେଥିମଧ୍ୟରୁ ଗୋଟିଏ ପ୍ଳଟ୍‌ର କିସମ ହେଉଛି ରୋଡ୍ ବା ସଡ଼କ। ଉକ୍ତ ଜାଗାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ, ଆବେଦନକାରୀ ବିଜେଡିକୁ ଲିଜ୍ ସୂତ୍ରରେ ଦେଇଛନ୍ତି। ଏହାର କିସମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଲିଜ୍ ଡିଡ୍‌ରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ହେଲେ ଏହି ପ୍ଲଟକୁ ଅନ୍ୟ ୩ ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ ହୋଇଛି।

ଗଫଲତି କେବଳ ସେଇଠି ସରିନଥିଲା, ଏହି ସଂପତ୍ତିର ବଜାର ମୂଲ୍ୟ ୧୦୦ କୋଟିରୁ ଅଧିକ ଟଙ୍କା ହୋଇଥିଲା ବେଳେ ବେଞ୍ଚ ମାର୍କ ଦରଠାରୁ କମ୍ ଦରରେ ମାତ୍ର ୧୨ କୋଟି ୯୩ ଲକ୍ଷ ୯୨ ହଜାର ୧୨୩ ଟଙ୍କାରେ ଏହା ବିଜେଡିକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଯଦ୍ବାରା ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଘଟିଛି। ଏହି ଘଟଣା ନଜରକୁ ଆସିବା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି- ଗତ ସରକାରରେ ଅଫିସର ରାଜ୍ ଚାଲିଥିବାବେଳେ ଯେଉଁମାନେ ଜାଣିଶୁଣି ଭୁଲ୍ କରିଛନ୍ତି, ସେମାନେ ନିଶ୍ଚେ ଦଣ୍ଡ ପାଇବେ। ତେଣେ ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି- ଶଙ୍ଖ ଭବନ ଆଇନ ଅନୁସାରେ ନିର୍ମାଣ ହୋଇଛି।

Advertisment

BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ