Advertisment

ଲଢେଇ ଚାଲିଛି ପିପିଲିରେ: ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସମ୍ବିତ ପାତ୍ର

ପିପିଲିରେ ଚାଲିଛି ଘମାଘୋଟ ପ୍ରଚାର। ୩୦ ତାରିଖରେ ଭୋଟ୍ ଥିବା ବେଳେ ପ୍ରଚାର ପାଇଁ ହାତଗଣତି କିଛି ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାରରେ ଲାଗିପଡିଛନ୍ତି

ଅଦ୍ୟତନ ହୋଇଛି
Pipili

Pipili

Advertisment

ପିପିଲି: ପିପିଲିରେ ଚାଲିଛି ଘମାଘୋଟ ପ୍ରଚାର। ୩୦ ତାରିଖରେ ଭୋଟ୍ ଥିବା ବେଳେ ପ୍ରଚାର ପାଇଁ ହାତଗଣତି କିଛି ଦିନ ଥିବାରୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରଚାରରେ ଲାଗିପଡିଛନ୍ତି। ଆଜି ପିପିଲିର ଲକ୍ଷ୍ମୀନାରାୟଣପୁରରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଧରି ପ୍ରଚାର କରୁଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଷ୍ଟାର ପ୍ରଚାରକ ଭାବେ ଆଶ୍ରିତଙ୍କ ପାଇଁ ଭୋଟ୍ ମାଗୁଛନ୍ତି ।

Advertisment

ତେବେ ଏଠାରେ ସ୍ପଷ୍ଟ କରୁଛୁ କି, ପିପିଲି ଉପନିର୍ବାଚ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ତିନି ପ୍ରମୁଖ ଦଳ କିନ୍ତୁ କାହାର ହେବ ବାଜିମାତ୍? କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ? ତାହା ଉପରେ ପୂରା ରାଜ୍ୟବାସୀଙ୍କ ନଜର ରହିଛି। ଆସନ୍ତା ୩୦ ତାରିଖରେ ପଡ଼ିବାକୁ ଯାଉଛି ଭୋଟ୍। ଏଥିପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହୋଇସାରିଛି। ଗାଇଡଲାଇନ୍ ଅନୁସାରେ ଏଥର ମାତ୍ର ୭ ଦିନ ପାଇଁ ହିଁ ପ୍ରଚାର ହେବ। ତେବେ ରୋଡ୍ ସୋ, ସାଇକେଲ୍ ଶୋଭାଯାତ୍ରା, ମଟର ସାଇକେଲ୍ ରାଲିକୁ ଅନୁମତି ନାହିଁ। ତା’ ସହ ୨୦୦ ଜଣକୁ ନେଇ ଇନଡୋର ସଭା ଓ ଖୋଲା ପଡିଆରେ ହଜାରେ ଜଣଙ୍କୁ ନେଇ ସଭା ହୋଇ ପାରିବ। ପ୍ରାର୍ଥୀମାନେ ୫୦ ଜଣଙ୍କୁ ନେଇ ପଥପ୍ରାନ୍ତ ବୈଠକ କରିବା ସହ ଘରକୁ ଘର ବୁଲି ପ୍ରଚାର କରିବା ବେଳେ ମାତ୍ର ୫ ଜଣଙ୍କୁ ସାଙ୍ଗରେ ନେଇପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଥର କଟକଣା ଥିବାରୁ ଫୋକସରେ ରହିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଓ କର୍ମୀ ସମ୍ମିଳନୀ। ତେଣୁ ଗାଁ ଗାଁରେ, ନେତାମାନେ ଡେରା ପକାଇ ଭୋଟ୍ ଗୋଟାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହୋଇ ଅକ୍ଟୋବର ୩ରେ ଗଣତି ହେବ। ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନ ସବୁ ଦଳ ପାଇଁ ଏକ ପ୍ରକାର ଏସିଡ୍ ଟେଷ୍ଟ ହେବ ବୋଲି କୁହାଯାଉଛି।

BJP Pipili By Elections BJD Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ