Advertisment

ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ପ୍ରବଳ ପିଟିଲେ SP ବିଧାୟକ

ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍‌ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା।

ଅଦ୍ୟତନ ହୋଇଛି
Samajwadi MLA Thrashes BJP Leader's Husband

Samajwadi MLA Thrashes BJP Leader's Husband

Advertisment

ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ପ୍ରବଳ ପିଟିଲେ ସପାର ବିଧାୟକ। ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ରଶ୍ମୀ ସିଂହଙ୍କ ସ୍ୱାମୀ ଦୀପକ ସିଂହଙ୍କୁ ସପା(ସମାଜବାଦୀ ପାର୍ଟି) ବିଧାୟକ ରାକେଶ ପ୍ରତାପ ସିଂହ ଓ ତାଙ୍କ ସମର୍ଥକମାନେ ମାଡ଼ ମାରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଆମେଠି ଜିଲ୍ଲାର ଗୌରୀଗଞ୍ଜ କୋଟୱାଲି ପୁଲିସ୍‌ ଷ୍ଟେସନ ପରିସରରେ, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍‌ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ପୁଲିସ୍‌ ଦୀପକଙ୍କୁ ଟାଣି ଅନ୍ୟତ୍ର ନେଇ ଯିବାରୁ ସ୍ଥିତି ଥଣ୍ଡା ପଡ଼ିଥିଲା।

ଘଟଣାଟି ଥିଲା ଏମିତି:

ଦୀପକ ସିଂହ କାର୍‌ ଯୋଗେ ପୁଲିସ୍‌ ଷ୍ଟେସନରେ ଫିଲ୍ମ ଷ୍ଟାଇଲ୍‌ରେ ପହଞ୍ଚିଥିଲେ। ପରେ ପ୍ରଥମେ ସେଠାରେ ଆନ୍ଦୋଳନ କରୁଥିବା ସପା ବିଧାୟକ ଓ ସମର୍ଥକଙ୍କୁ କମେଣ୍ଟ ମାରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ଧସ୍ତାଧସ୍ତି ମୁଥମାଡ଼। ରାକେଶ ପ୍ରତାପ ସିଂହଙ୍କ ଅଭିଯୋଗ, ଦୀପକ ସିଂହ ଓ ତାଙ୍କ ସମର୍ଥକମାନେ କିଛି ଦିନ ତଳେ ସପାର ସମର୍ଥକଙ୍କୁ ମାଡ଼ ମାରିଥିଲେ।

Advertisment

ହେଲେ ପୁଲିସ୍‌ ଏହା ବିରୋଧରେ କୌଣସି ପଦକ୍ଷେପ ନେଇ ନଥିଲା। ଏହାକୁ ବିରୋଧ କରି ସେମାନେ ବିକ୍ଷୋଭ କରିଥିଲେ। ବିକ୍ଷୋଭ ଚାଲିଥିବା ବେଳେ ଦୀପକ ଗୌରୀଗଞ୍ଜ କୋଟୱାଲି ପୁଲିସ୍‌ ଷ୍ଟେସନରେ ପହଞ୍ଚି ସପା ବିଧାୟକ ଓ ତାଙ୍କ ସମର୍ଥକମାନଙ୍କୁ ତାଚ୍ଛଲ୍ୟ କରିଥିଲେ। ଏହାପରେ ସେମାନେ ଦୀପକଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ।

Advertisment

ପୋଲିସ ଅଧିକାରୀ କହିଛନ୍ତି ଯେ ହଠାତ୍‌ ସ୍ଥିତି ବିଗିଡ଼ିବା ସହ ଦୁଇ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ପରସ୍ପରକୁ ଆକ୍ରମଣ କରିଥିଲେ। ପୁଲିସ୍‌କୁ ରିଆକ୍ଟ କରିବା ପାଇଁ ଖୁବ କମ ସମୟ ମିଳିଥିଲା। ଏବେ ସମସ୍ୟା ସମାଧାନ ହୋଇଛି। ଉଭୟ ପକ୍ଷ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ମାମଲା ମଧ୍ୟ ହୋଇଛି।

BJP Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ