Lok Sabha website
ଲୋକସଭା ୱେବ୍ସାଇଟ୍କୁ ଭିଜିଟ୍ ପାଇଁ ବଦଳିଲା ନିୟମ । ସାଂସଦ ମହୁଆ ମୈତ୍ରଙ୍କ ଅଡ଼ୁଆ ପରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଦିଆଯାଇଥିବା ସୂଚନା ଅନୁସାରେ କୌଣସି ସାଂସଦଙ୍କ ବ୍ୟକ୍ତିଗତ କର୍ମଚାରୀ କିମ୍ବା କୌଣସି ତୃତୀୟ ବ୍ୟକ୍ତି ସଂସଦର ୱେବ୍ସାଇଟ୍କୁ ଭିଜିଟ୍ କରିପାରିବେ ନାହିଁ ।
କେବଳ ସଂସଦୀୟ ସଦସ୍ୟମାନେ ସେମାନେ ବ୍ୟକ୍ତିଗତ ଭାବେ ଲଗଇନ୍ କରି ତଥ୍ୟ ଦେଇପାରିବେ ଏବଂ ୱେବ୍ସାଇଟ୍ ବ୍ୟବହାର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ସାଂସଦମାନେ ପଞ୍ଜୀକୃତ କରିଥିବା ଫୋନ୍ ନମ୍ବର ଦ୍ୱାରା ଏହା କେବଳ ପରିଚାଳିତ ହୋଇପାରିବ । ଅର୍ଥାତ୍ ଫୋନ୍କୁ OTP ଯିବାପରେ ସେମାନେ ୱେବ୍ସାଇଟ୍କୁ ପ୍ରବେଶ କରି କାର୍ଯ୍ୟ କରିପାରିବେ ।
ଏନେଇ ଜାତୀୟ ଗଣାମଧ୍ୟମରେ ଚର୍ଚ୍ଚା ହେବା ପରେ ଧୀରେ ଧୀରେ ଏ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି । ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହଦ୍ରାଙ୍କ ଚିଠିକୁ ଦର୍ଶାଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟବସାୟୀ ଦର୍ଶନ ହୀରା ନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିବାର ଅଭିଯୋଗ ହେବା ପରେ ଏହି ନିୟମ ବଦଳିଛି ।
ସେପଟେ ଏନେଇ ଜାତୀୟ ଗଣମାଧ୍ୟର ଏକ ସାକ୍ଷତକାରରେ ମହୁଆ ମୈତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦର୍ଶନ ହିରାନନ୍ଦାନୀଙ୍କ କାର୍ଯ୍ୟାଳୟରେ କେହି ଜଣେ ପୂର୍ବରୁ ପ୍ରଶ୍ନ ଟାଇପ୍ କରିଥିଲେ । ଯାହା ମୁଁ ସଂସଦ ୱେବସାଇଟରେ ଦେଇଥିଲି । ସାଂସଦଙ୍କ ଲଗଇନ୍ ସମ୍ପର୍କରେ ତଥ୍ୟ କାହା ପାଖରେ ରହିପାରିବ ସେନେଇ ଜାତୀୟ ସୂଚନା କେନ୍ଦ୍ର (NIC) ଲଗଇନ୍ରେ କୌଣସି ନିୟମ ନାହିଁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700752757.jpg)