Advertisment

ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଙ୍କ ହେଲିକପ୍ଟର ଟ୍ରିପ୍‌:୨ ବର୍ଷରେ ରାଜ୍ୟ ରାଜକୋଷରୁ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ୍‌ ୭୬ଟି ଗସ୍ତ କରିଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ ୧୭ କୋଟି ୮୯ ଲକ୍ଷ ୧୩ ହଜାର ୭୧୩ ଟଙ୍କା ଖର୍ଚ୍ଚ ହୋଇଛି।

ଅଦ୍ୟତନ ହୋଇଛି
Rs 17.89 Crore Spent For Helicopter Trips Of Odisha CM And Other Ministers

Rs 17.89 Crore Spent For Helicopter Trips Of Odisha CM And Other Ministers

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ମନ୍ତ୍ରୀମାନେ ହେଲିକପ୍ଟରରେ ମୋଟ୍‌ ୭୬ଟି ଗସ୍ତ କରିଛନ୍ତି। ଏଥିପାଇଁ ରାଜ୍ୟ ରାଜକୋଷରୁ ୧୭ କୋଟି ୮୯ ଲକ୍ଷ ୧୩ ହଜାର ୭୧୩ ଟଙ୍କା ଖର୍ଚ୍ଚ ହୋଇଛି। ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ତଥ୍ୟ ରଖିଛନ୍ତି।

Advertisment

ଯେଉଁଥିରେ ଗତ ମାର୍ଚ୍ଚ ୨୦୨୧ ମସିହାରୁ ୨୦୨୩ ମସିହା, ଜାନୁଆରୀ ୧୪ ମଧ୍ୟରେ ଏୟାରକ୍ରାଫ୍ଟ ଯୋଗେ ରାଜ୍ୟ ଭିତରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଗସ୍ତ ବାବଦକୁ ୭ କୋଟି ୯୩ ଲକ୍ଷ ୬ ହଜାର ୪୫୧ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ଏହି ସମୟରେ ମୋଟ ୨୨ଥର ଏୟାରକ୍ରାଫ୍ଟ ଯୋଗେ ଯାତାୟାତ କରାଯାଇଛି।

ସେହିପରି ରାଜ୍ୟ ବାହାରକୁ ୨୦୨୨ ମସିହା ମାର୍ଚ୍ଚ ୨୮ରୁ ୨୦୨୨ ମସିହା ଡିସେମ୍ବର ୬ ମଧ୍ୟରେ ଏୟାରକ୍ରାଫ୍ଟ ଯୋଗେ କେବଳ ମୁଖ୍ୟମନ୍ତ୍ରୀ ୧୬ ଥର ଗସ୍ତ କରିଛନ୍ତି। ଏଥିଲାଗି ରାଜ୍ୟ ରାଜକୋଷରୁ ୪ କୋଟି ୪୮ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି।

Advertisment

୨୦୨୧ ମସିହା ମାର୍ଚ୍ଚରୁ ୨୦୨୩ ମସିହା  ଫେବୃଆରୀ ମଧ୍ୟରେ ହେଲିକପ୍ଟର ଏବଂ ବିମାନ ଯୋଗେ  ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଯେଉଁ ଗସ୍ତ କରିଛନ୍ତି, ଏବାବଦରେ ମୋଟ୍‌ ୩୧ କୋଟି ୩୮ ଲକ୍ଷ ୭୮ ହଜାର ୨୭୫ ଟଙ୍କା ଖର୍ଚ୍ଚ ହୋଇଛି। ଏପରିକି କଟକ ଓ ପୁରୀ ଯିବାକୁ ମଧ୍ୟ ଭୁବନେଶ୍ୱରରୁ ହେଲିକପ୍ଟରର ବ୍ୟବହାର ହୋଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ।

CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ