Advertisment

'ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତି ଭାରତୀୟ ପ୍ରଶାସନିକ ସେବା ନିୟମର ଖୋଲାଖୋଲି ଉଲ୍ଲଂଘନ'

୩ ବର୍ଷ ତଳେ କେନ୍ଦ୍ର ସରକାର ବିଭିନ୍ନ ପେସାଦାର ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଲାଟେରାଲ୍ ଏଣ୍ଟ୍ରି ବ୍ୟବସ୍ଥା ପ୍ରଚଳନ କରିଥିଲେ।

ଅଦ୍ୟତନ ହୋଇଛି
Manoj Mishra Controversy

Manoj Mishra Controversy

Advertisment

ରାଜ୍ୟର ନବ ନିଯୁକ୍ତ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ରଙ୍କ ନିଯୁକ୍ତିକୁ ନେଇ ତେଜିଲା ବିବାଦ। ରେଲେଓ୍ୱ ସର୍ଭିସରୁ ଓଡ଼ିଶା ଡେପୁଟେସନ୍, ଆଉ ଚାକିରି କାଳ ବାକି ଥାଇ ଭାରତୀୟ ରେଳ ଟ୍ରାଫିକ୍ ସର୍ଭିସ୍ IRTSରୁ ସ୍ୱେଚ୍ଛାକୃତ ଅବସର ଆଉ ତା ପରେ ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଠିକାରେ ପ୍ରାଇଜ୍ ପୋଷ୍ଟିଂ ଯାହାକୁ ସହଜରେ ଗ୍ରହଣ କରି ପାରିନି ବିଜେପି। ପୂର୍ବରୁ ଓଡ଼ିଶା ସରକାରଙ୍କ ଆଇଟି ବିଭାଗର ସଚିବ ଥିବା ମନୋଜ ମିଶ୍ରଙ୍କୁ ଗତ ୨୯ ତାରିଖରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର।

Advertisment

ଏହାସହ ବାଣିଜ୍ୟ ଓ ପରିବହନ ବିଭାଗରେ ରେଳ ସମନ୍ୱୟ ଲାଗି ତାଙ୍କୁ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ବି ମିଳିଛି। ତେବେ ବିଜେପି ଏ ନିଯୁକ୍ତିକୁ ଅସାମ୍ବିଧାନିକ ଓ ମନୋମୁଖୀ ବୋଲି ଦର୍ଶାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରିଛି ଯେ, ରିକ୍ୟୁଟମେଣ୍ଟ ନୋଟିସ୍ ଓ ବିଜ୍ଞାପନ ବିନା ମନୋଜ ମିଶ୍ରଙ୍କ ନିଯୁକ୍ତି, ଭାରତୀୟ ପ୍ରଶାସନିକ ସେବା ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛି, ଯେହେତୁ ମନୋଜ ମିଶ୍ର ସୋସିଆଲ ମିଡିଆରେ ବିଜେପି, ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧୀ କାର୍ଯ୍ୟକଳାପରେ ସକ୍ରିୟ ଅଛନ୍ତି, ସେହି ଦୃଷ୍ଟିରୁ ତାଙ୍କୁ ରାଜ୍ୟ ପ୍ରଶାସନିକ ସେବାରେ ସାମିଲ କରିଛି ବିଜେଡି ସରକାର। ସେପଟେ ବିଜେପିର ଏ ଅଭିଯୋଗର ଜବାବ ରଖିଛି ବିଜେଡି।

୨୦୦୦ ବ୍ୟାଚ୍‌ ରେଲୱେ ଅଫିସର ମନୋଜ ମିଶ୍ର ୭ ବର୍ଷ ତଳେ ଡେପୁଟେସନରେ ଓଡ଼ିଶା ଆସି ୩ ବର୍ଷ ତଳେ ରାଜ୍ୟ ସରକାରଙ୍କ ଆଇଟି ସଚିବ ଭାବେ ଦାୟିତ୍ୱ ନେଇଥିଲେ। ପରେ ଡେପୁଟେସନରୁ ଆଉ କେନ୍ଦ୍ରକୁ ନ ଫେରି ଗତ ଡିସେମ୍ବର ୨୮ ତାରିଖରେ IRTSରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାର ଦିନକ ପରେ ରାଜ୍ୟ ସରକାର ତାଙ୍କୁ ପ୍ରମୁଖ ଶାସନ ସଚିବ ଭାବେ ଠିକା ନିଯୁକ୍ତି ଦେଇଥିଲେ ଏପଟେ ଏ ଘଟଣାକୁ ରାଜ୍ୟର ପୂର୍ବତନ ପ୍ରଶାସନିକ ଅଧିକାରୀ ବି ନାପସନ୍ଦ କରିଛନ୍ତି। ସେମାନଙ୍କ ମତରେ ଆଇଏଏସ୍ ଓ ଓଏଏସ୍ ନିଯୁକ୍ତିର ଏକ କ୍ୟାଡର ରୁଲ୍ ଅଛି। ସେହି ଅନୁସାରେ ହିଁ ନିଯୁକ୍ତି ହେବା କଥା। ବିରୋଧୀ ଏ ପ୍ରସଙ୍ଗରେ ଆଇନର ଆଶ୍ରୟ ନେଲେ ସ୍ପଷ୍ଟୀକରଣ ଆସିପାରନ୍ତା ବୋଲି ମତ ରଖିଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ।

Advertisment

୩ ବର୍ଷ ତଳେ କେନ୍ଦ୍ର ସରକାର ବିଭିନ୍ନ ପେସାଦାର ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଲାଗି ଲାଟେରାଲ୍ ଏଣ୍ଟ୍ରି ବ୍ୟବସ୍ଥା ପ୍ରଚଳନ କରିଥିଲେ କିନ୍ତୁ ଏଥିପାଇଁ ବିଜ୍ଞାପନ ସହ ଉପଯୁକ୍ତ ନିଯୁକ୍ତି ପ୍ରକ୍ରିୟା ଅନୁସରଣ କରାଯାଉଛି। ହେଲେ ଠିକା ସଚିବ ମନୋଜ ମିଶ୍ରଙ୍କ କ୍ଷେତ୍ରରେ ସେଭଳି କିଛି କରାଯାଇନଥିବାରୁ ଓଡ଼ିଶା ସରକାରଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

(ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ ଓ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ) 

BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ