Advertisment

ନବୀନ ବ୍ରାଣ୍ଡର ବ୍ୟାଗ୍ ବଣ୍ଟାକୁ ନେଇ ତେଜିଲାଣି ବିରୋଧ, କେଉଁଠି ପୋଡ଼ି ତ କେଉଁଠି ହଙ୍ଗାମା

କେଉଁଠି ପୋଡ଼ି... କେଉଁଠି ପ୍ରତିବାଦ- ହଙ୍ଗାମା। ଭିନ୍ନ ଢଙ୍ଗରେ, ଭିନ୍ନ ବାଗରେ ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ।

undefined

PDS Rice Controversy

Advertisment

ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଫାଇଭ୍-ଟି ଲୋଗୋ ଥିବା ବ୍ୟାଗ୍ ବଣ୍ଟନକୁ ନେଇ ବିବାଦ। ଚାଉଳ ରାଜନୀତିରୁ ପତ୍ତା କଟିଯିବା ପରେ ରାଜ୍ୟ ସରକାର ଲୋକଙ୍କୁ ଭଣ୍ଡିବାକୁ ନୂଆ ଫେର ଆରମ୍ଭ କରିଥିବା ଅଭିଯୋଗରେ ବିଜେପି ଏହାର ଜୋରଦାର ବିରୋଧ କରିଛି। ଏମିତିକି କିଛି ସ୍ଥାନରେ ହିତାଧିକାରୀ ମଧ୍ୟ ପିଡିଏସ୍ ସେଣ୍ଟରରେ ବ୍ୟାଗ୍ ବଣ୍ଟନର ବିରୋଧ କରିଛନ୍ତି।

Advertisment

କେଉଁଠି ପୋଡ଼ି... କେଉଁଠି ପ୍ରତିବାଦ- ହଙ୍ଗାମା। ଭିନ୍ନ ଢଙ୍ଗରେ, ଭିନ୍ନ ବାଗରେ ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ। ଚାଉଳ ତମର, ବ୍ୟାଗ୍ ଆମର ! ରାଜ୍ୟର ସବୁ ପିଡିଏସ୍ କେନ୍ଦ୍ରରେ ଖାଦ୍ୟ ସୁରକ୍ଷାର ହିତାଧିକାରୀଙ୍କୁ, ରାଜ୍ୟ ସରକାର, ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଫାଇଭ୍ ଟି ଲୋଗୋ ଥିବା ଦୁଇଟି ଲେଖାଏଁ ବ୍ୟାଗ୍ ବଣ୍ଟନକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ। ଖୋର୍ଦ୍ଧା ବାଲୁଗାଁ ଏନଏସିର ଏକ ଡିଲର ପଏଣ୍ଟ ଆଗରେ ବିଜେପି ପକ୍ଷରୁ ବ୍ୟାଗକୁ ପୋଡ଼ି ଜୋରଦାର ବିରୋଧ କରାଯାଇଛି। ବାଲେଶ୍ୱର ଶୋଭାରାମପୁର ଅଞ୍ଚଳର ଏକ ପିଡିଏସ୍ କେନ୍ଦ୍ରରେ ବି ହଙ୍ଗାମା ଦେଖିବାକୁ ମିଳିଛି। ଯଦି ରାଜ୍ୟ ସରକାର ମାଗଣାରେ ବ୍ୟାଗ୍ ବାଣ୍ଟିବା କଥା, ତାହେଲେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ମିଳୁଥିବା ଚାଉଳ ବଣ୍ଟନ କେନ୍ଦ୍ରରେ କାହିଁକି ଏହାକୁ ବଣ୍ଟାଯାଉଛି ବୋଲି ପ୍ରଶ୍ନ ଉଠିଛି।

ହେଲେ ଏବେ ପ୍ରଶ୍ନ କାହିଁକି ନିର୍ବାଚନ ପୂର୍ବରୁ କାହିଁକି ଏ ନବୀନ ବ୍ରାଣ୍ଡର ବ୍ୟାଗ୍ ପଲିଟିକ୍ସ। ତଥ୍ୟ କହୁଛି କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚାଉଳ ବଣ୍ଟାଯାଉଛି। ତେବେ ଏହି ଯୋଜନାରୁ ବାଦ୍ ପଡ଼ିଥିବା କେବଳ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ନିଜସ୍ୱ ଯୋଜନାରେ ଚାଉଳ ବାଣ୍ଟୁଛନ୍ତି ରାଜ୍ୟ ସରକାର। ହେଲେ ଭୋଟ୍ ପୂର୍ବରୁ ଚାଉଳ ପଲିଟିକ୍ସରୁ ବିଜେଡି ସରକାରର ପତ୍ତା କଟୁଥିବା ଜାଣି ଏଇ କିଛି ଦିନ ତଳେ ସବୁ ପିଡିଏସ୍ ବଣ୍ଟନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଯାହାର ତୀବ୍ର ବିରୋଧ ପରେ କିଛି ସ୍ଥାନରେ ବ୍ୟାନରକୁ ହଟାଇବାକୁ ପଡ଼ିଥିଲା।

Advertisment

ଆଉ ଏବେ ଖାଦ୍ୟ ସୁରକ୍ଷା ଯୋଜନାରେ ନିଜ ଉପସ୍ଥିତିକୁ ଲୋକଙ୍କ ପାଖରେ ଜାହିର କରିବାକୁ ଗତକାଲିଠୁ ହିତାଧିକାରୀଙ୍କୁ ନବୀନ ବ୍ରାଣ୍ଡର ବ୍ୟାଗ୍ ବାଣ୍ଟୁଛନ୍ତି ରାଜ୍ୟ ସରକାର। ଆଉ ବ୍ୟାଗ ବଣ୍ଟା ଆରମ୍ଭ ହେଉ ହେଉ ତୀବ୍ର ହେବାରେ ଲାଗିଛି ରାଜନୀତି। ବିଜେପି କହିଛି, ଡିଲର ପଏଣ୍ଟରୁ କେନ୍ଦ୍ର ଚାଉଳ ପାଉଥିବା ହିତାଧିକାରୀଙ୍କୁ ଯଦି ବ୍ୟାଗ୍ ବଣ୍ଟା ଜାରି ରୁହେ ତା ହେଲେ ଦଳ ଏହାର ଜୋରଦାର ବିରୋଧ କରିବ। କଂଗ୍ରେସ ବି ଏନେଇ ପ୍ରତିକ୍ରିୟା ରଖିଥିବା ବେଳେ ବିଜେଡି କହିଛି, ଲୋକେ ଜାଣିଛନ୍ତି ଚାଉଳ କାହାର।

କେବଳ ଚାଉଳ ନୁହେଁ, ଲୋକଙ୍କ ପାଇଁଥିବା ମୋଦି ସରକାରର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ଅଭିଯୋଗ ନେଇ ଗାଁକୁ ଚାଲ ଅଭିଯାନ ବି ଚଳାଇଛି ବିଜେପି। ଏ ଅଭିଯାନରେ ଦଳର ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତ ସିଂହାର ସାମିଲ ହୋଇ କନ୍ଧମାଳର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସରେ ଲେଖାଥିବା ବିଜୁ ପକ୍କାଘର ନାଁରେ କଳା ବୋଳିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment
BJP Odisha News PDS Rice BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ