Advertisment

‘ମୁଁ ମୋର ବେଷ୍ଟ୍ ଦେଇଛି, ବୋଧହୁଏ ମୁଖ୍ୟମନ୍ତ୍ରୀ ମୋ କାମରେ ସନ୍ତୁଷ୍ଟ ନଥିଲେ’

ରୋହିତଙ୍କ ପ୍ରତିକ୍ରିୟାରୁ ତାଙ୍କ ମନରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଛି । ତଥାପି ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ରୋହିତ ।

ଅଦ୍ୟତନ ହୋଇଛି
BJD Rohit Pujari

BJD Rohit Pujari

Advertisment

‘ମୁଁ ମୋର ବେଷ୍ଟ ଦେଇଛି । କିନ୍ତୁ ବୋଧହୁଏ ମୁଖ୍ୟମନ୍ତ୍ରୀଙ୍କ ଆଶା ପୁରଣ କରିପାରିଲି ନାହିଁ । ସେ ମୋଠାରୁ କେଉଁଠି ନା କେଉଁଠି ଆହୁରି ଭଲ ପ୍ରଦର୍ଶନର ଆଶା ରଖିଥିଲେ । ତାଙ୍କ ଆଶାନୁସାରେ ବୋଧହୁଏ ମୁଁ ପ୍ରଦର୍ଶନ କରିପାରିଲିନି । ସେଇଥିପାଇଁ ମୋତେ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ କୁହାଗଲା ବୋଲି ମୁଁ ଭାବୁଛି । ମିଡିଆ ଯାହା ଦେଖାଉଛି, ମୁଁ ବି ସେତିକି ହିଁ ଜାଣିଛି ।’

Advertisment

‘ମୋତେ ଇସ୍ତଫା ଦେବାର କିଛି ବି କାରଣ କୁହାଯାଇନି । ମୋତେ ମୁଖ୍ୟମନ୍ତ୍ରୀ ବିଗତ ଦିନରେ ଅନେକ ଆଶୀର୍ବାଦ କରିଛନ୍ତି । ମୋତେ ଜିଲ୍ଲା ସଭାପତି କରିଛନ୍ତି । ମୋତେ ଲିପ୍ଟ ଇରିଗେସନ୍ ଚେୟାରମ୍ୟାନ୍‌ କରିଛନ୍ତି । ମୋତେ ଦୁଇ ଥର MLA ଟିକଟ ଦେଇଛନ୍ତି । ମୋତେ ଡେପୁଟି ଚିଫ୍ ହ୍ୱିପ୍‌ କରିଛନ୍ତି । ମନ୍ତ୍ରୀ ମଧ୍ୟ କରିଥିଲେ ।’ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ରୋହିତ ପୁଜାରୀ ।

ଦିନେ ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ଲୋକ ଥିବା ରୋହିତଙ୍କୁ ଆଜି ମନ୍ତ୍ରୀ ପଦରୁ ବିଦା କରାଯାଇଛି । ଆଉ ତାଙ୍କୁ ବିଦା କରିଛନ୍ତି ଖୋଦ୍‌ ସେହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋହିତ ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ସାମ୍ନାରେ ଏଭଳି କିଛି ପ୍ରତିକ୍ରିୟା ରଖିଥିଲେ । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ରୋହିତଙ୍କ ପ୍ରତିକ୍ରିୟାରୁ ତାଙ୍କ ମନରେ ଥିବା ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ତଥାପି ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ରୋହିତ । 

Advertisment

ରୋହିତ ଶେଷରେ କହିଛନ୍ତି ଯେ, ‘ମୁଁ ନୁଆ ମନ୍ତ୍ରୀ ହୋଇଥିଲି । ଅନେକ କିଛି ଶିଖିଲି । ଆଗକୁ ଆହୁରି କିଛି ଶିଖିବି । ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି । ଏହାସହ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାକୁ ସୂଚାର ରୂପେ ସମ୍ପାଦନ କରିବି ।’

ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି । ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ତାଙ୍କ ଯାଗାରେ ଅତନୁ ସବ୍ୟସାଚୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି।

Advertisment

କିଛି ଦିନ ହେବ ‘୬୦ ବର୍ଷ’ ମନ୍ତବ୍ୟ ପାଇଁ ବିବାଦୀୟ ଥିଲେ ରୋହିତ । ୬୦ ବର୍ଷରୁ ଅଧିକ ବୟସ୍କ ରାଜନୀତିରୁ ଅବସର ନେବା ଉଚିତ ବୋଲି ସେ କହିଥିଲେ। ୨୦୨୨ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା । ୫ ଜୁନ୍‌ ୨୦୨୨ରେ ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିଛି ଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବି ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ। 

BJD Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ