Advertisment

ନିର୍ବାଚନ ବିପର୍ଯ୍ୟୟ ପରେ ବଢ଼ିଲା ରାଜ୍ୟ କଂଗ୍ରେସରେ କନ୍ଦଳ

ଇସ୍ତଫା ଚର୍ଚ୍ଚା ଭିତରେ ପିସିସି ସଭାପତିଙ୍କୁ ଦଳ ଭିତରୁ ବଢୁଛି ବିରୋଧ । ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କି ସ୍ବୀକାର କଲେନି ପିସିସି ସଭାପତି ।

undefined

Sarat Pattnaik

Advertisment

୨୪ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡିବେ କି ପିସିସି ସଭାପତି ? ପିସିସି ସଭାପତିଙ୍କ ଇସ୍ତଫା ଚର୍ଚ୍ଚା ଭିତରେ ଶରତଙ୍କ ବିରୋଧରେ ତୀବ୍ର ହେଲାଣି ସ୍ୱର । କଂଗ୍ରେସ ଭବନରେ ତାଲା, ପରାଜୟ ସମୀକ୍ଷା ବହୁଦୂରରେ । ଏଭଳି ସ୍ଥିତିରେ ଦଳ ଭିତରୁ ଆରମ୍ଭ ହେଲାଣି ସମାଲୋଚନା । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ସିଧାସଳଖ ଶରତଙ୍କ ଇସ୍ତଫା ଦାବି କରିଛନ୍ତି। ଶରତ ନିଜେ ଓ ଦଳ ଶୋଚନୀୟ ପରାଜୟ ଭୋଗିଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା ଉଚିତ ବୋଲି ମନ୍ତବ୍ୟ ଦେଇଛନ୍ତି।

Advertisment

ସେପଟେ ପଞ୍ଚାନନ ଲଗାଇଥିବା ନିଆଁରେ ଘିଅ ଢାଳିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। କହିଛନ୍ତି ଶରତ ଇସ୍ତଫା ଦେଇଛନ୍ତି କି ନାହିଁ ଜାଣିନି, କିନ୍ତୁ ୨୦୧୪ରେ କଂଗ୍ରେସ ପରାଜିତ ହେବା ପରେ ମୁଁ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦ ଛାଡିଥିଲି ।

ତେବେ ଇସ୍ତଫା ଦେଇଥିବା ଚର୍ଚ୍ଚା ନେଇ ଶରତ ମୁହଁ ଖୋଲି ନ ଥିବା ବେଳେ ଗତଥର ଅପେକ୍ଷା ଏଥର ଦଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି ଏବଂ ସବୁ ବାବଦରେ ହାଇକମାଣ୍ଡଙ୍କୁ ଅବଗତ କରିଛି ବୋଲି କହିଛନ୍ତି ପିସିସି ସଭାପତି।

Advertisment

ଅନ୍ୟପଟେ କଂଗ୍ରେସ ଭବନରେ ଗତ ୨୧ ତାରିଖରେ ଅସନ୍ତୁଷ୍ଟ ଗୋଷ୍ଠୀ କାଳି ମାଡ କରି ଶରତଙ୍କ ନେତୃତ୍ୱକୁ ବିରୋଧ କରିବା ଆରମ୍ଭ କରିଦେଲେଣି । ଯାହା ଫଳ ସ୍ୱରୂପ ଜଣକ ପରେ ଜଣେ ନେତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ଶୃଙ୍ଖଳା କମିଟି। ଏକାଧିକ ନେତାଙ୍କୁ ୬ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଅନ୍ୟପଟେ କଂଗ୍ରେସ ଭବନରେ ଗତ ୫ ଦିନ ହେବ ତାଲା ଝୁଲୁଛି। ବାସନ୍ଦ ହୋଇଥିବା ନେତ୍ରୀ, ବାସନ୍ଦ ପ୍ରତିବାଦରେ ଧାରଣାରେ ବସିରହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ତାଲା ପଡିବା ଘଟଣା, ଦଳରେ ଯେ ସବୁକିଛି ଠିକ୍ ଠାକ୍ ଚାଲିନି ଓ ଅସନ୍ତୋଷ ଯେ ପ୍ରବଳ ତାହା ସୁଚାଉଛି।

ଶରତଙ୍କ ନେତୃତ୍ୱକୁ ନେଇ ବିରୋଧ ତୀବ୍ର ହେବା ପରେ ହାଇକମାଣ୍ଡ କି ନିଷ୍ପତ୍ତି ନେଉଛନ୍ତି, ତାଉପରେ ନଜର।

Advertisment

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ