Advertisment

ଉଗ୍ର ହେଲା କଂଗ୍ରେସ କଳି, ତାରାଙ୍କ ପରେ ବର୍ଷିଲେ ସୁର

କଂଗ୍ରେସ ଭବନ ଦେଖିନଥିବା ଲୋକଙ୍କୁ କମିଟିରେ ପଦ ପଦବୀ ମିଳିଥିବା ନେଇ ଆଣିଛନ୍ତି ଅଭିଯୋଗ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିଜ ସ୍ୱାର୍ଥ ଲାଗି ଚିହ୍ନା ଜଣାଙ୍କୁ କମିଟିରେ ସ୍ଥାନ ଦେଇଥିବା କହି ସାଂସଦ ସପ୍ତଗିରି ଉଲାକାଙ୍କୁ ପରକ୍ଷରେ ଟାର୍ଗେଟ କରିବା ସହ ଦଳ ଭିତରର ଗୋହି ଖୋଳିଛନ୍ତି।

ଅଦ୍ୟତନ ହୋଇଛି
Odisha congress

Odisha congress

Advertisment

କଂଗ୍ରେସ, କମିଟି ଆଉ କନ୍ଦଳ। ରାଜ୍ୟ କଂଗ୍ରେସର କମିଟି ଘୋଷଣା ହେବା ପରେ ବିଧାୟକ ଗୋଷ୍ଠୀ ଏହାକୁ ନେଇ ବିରୋଧ ଆରମ୍ଭ କଲେଣି। ବଡ ଟିମ୍ ଗଠନ ପରେ ବି ଦଳରେ କାହିଁକି ଅସନ୍ତୋଷ କମୁନି ତାକୁ ନେଇ ଚର୍ଚ୍ଚା। ତେବେ ପିସିସି ସଭାପତି କହିଛନ୍ତି ସବୁ କିଛି ନର୍ମାଲ ଅଛି।

Advertisment

ଜୁମ୍ବୋ କମିଟି, ଜଟିଳ ବିବାଦ। କମିଟି ଗଠନ ପରେ କଂଗ୍ରସ ଘର କଳି ଏବେ ଉଗ୍ର ରୂପରେ। କଂଗ୍ରେସ ବିଧାୟକଙ୍କ ଖୋଲାଖୋଲି ଅସନ୍ତୋଷ। ୧୧ ମାସ ପରେ ଘୋଷଣା ହେଲା ରାଜ୍ୟ କଂଗ୍ରେସ କମିଟି। ଆଉ ଘୋଷଣା ହେଉ ହେଉ ବିଷ ଓଗାଳିଲେଣି ବରିଷ୍ଠ ବିଧାୟକ। ଯାହା ଦିନକୁ ଦିନ ବଢ଼ିବାରେ ଲାଗିଛି। ବରିଷ୍ଠ ବିଧାୟକ ତାରା ବାହିନୀପତି କମିଟିକୁ ନେଇ ସମ୍ପୂର୍ଣ୍ଣ ଖପ୍ପା।

କଂଗ୍ରେସ ଭବନ ଦେଖିନଥିବା ଲୋକଙ୍କୁ କମିଟିରେ ପଦ ପଦବୀ ମିଳିଥିବା ନେଇ ଆଣିଛନ୍ତି ଅଭିଯୋଗ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିଜ ସ୍ବାର୍ଥ ଲାଗି ଚିହ୍ନା ଜଣାଙ୍କୁ କମିଟିରେ ସ୍ଥାନ ଦେଇଥିବା କହି ସାଂସଦ ସପ୍ତଗିରି ଉଲାକାଙ୍କୁ ପରକ୍ଷରେ ଟାର୍ଗେଟ କରିବା ସହ ଦଳ ଭିତରର ଗୋହି ଖୋଳିଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ, କମିଟିରେ ବହୁ ଅନୁପଯୁକ୍ତଙ୍କୁ ସ୍ଥାନ ମିଳିଥିବା କହି କଡା ସମାଲୋଚନା କରିଛନ୍ତି। ଏନେଇ ସେ ପିସିସି ସଭାପତିଙ୍କୁ ଭେଟି ଅଭିଯୋଗ କରିଥିବା କହିଛନ୍ତି।

Advertisment

ସେହିପରି ଦଳର ବିଭିନ୍ନ ଜିଲ୍ଲା ସଭାପତିଙ୍କୁ କମିଟିରେ ସ୍ଥାନିତ କରି ସେମାନଙ୍କୁ ଜିଲ୍ଲା ସଭାପତିରୁ କାଢିବାକୁ ଚକ୍ରାନ୍ତ ହେଉଥିବା ଚର୍ଚ୍ଚାକୁ ବି ହଜମ କରିପାରୁନାହାଁନ୍ତି କିଛି ବିଧାୟକ। ଖରିଆର କଂଗ୍ରେସ ବିଧାୟକଙ୍କ ମତରେ ଏହା ହେବା ଅନୁଚିତ।

କୋରାପୁଟ ଜିଲ୍ଲା ସଭାପତି ତଥା ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି, ନୂଆପଡା ଜିଲ୍ଲା ସଭାପତି ଘାସିରାମ ମାଝୀ ଓ ରାୟଗଡା ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ କମିଟିରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି। ଯାହାକୁ ନେଇ ତାରାଙ୍କ ସମେତ କିଛି ବିଧାୟକଙ୍କ ଟେନସନ୍ ବଢିଯାଇଛି। କମିଟିରେ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିବା ପରେ, ଜିଲ୍ଲା ସଭାପତି ଦାୟିତ୍ୱ ନମିଳିପାରେ ବୋଲି ଆକଳନ କରି ଅସନ୍ତୋଷ ବଢିବାରେ ଲାଗିଛି।

Advertisment

ସେପଟେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଭାଇ ସୀମାଞ୍ଚଳଗିରି ଉଲାକାଙ୍କୁ ସମ୍ପାଦକ ଓ ମା ରତ୍ନମଣି ଉଲାକା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ଭାବେ ଦାୟିତ୍ବ ମିଳିଛି। ସାଂସଦଙ୍କ ପରିବାରରୁ ତିନି ଜଣଙ୍କୁ ଦାୟିତ୍ବ ମିଳିବାକୁ ନେଇ ବି ଦଳ ଭିତରେ ପ୍ରବଳ ଅସନ୍ତୋଷ। ତେବେ ପିସିସି ସଭାପତି କହିଛନ୍ତି କମିଟିକୁ ନେଇ କୌଣସି ସ୍ଥାନରେ ଅସନ୍ତୋଷ ନାହିଁ, ଯାହା କିଛି ଅଛି ସେନେଇ ଆଲୋଚନା ମାଧ୍ୟମରେ ସମାଧାନ ହେବ।

୨୪ ନିର୍ବାଚନକୁ ଠିକ୍ ବର୍ଷେ। ବିଳମ୍ବରେ ହେଲେ ବି କମିଟି ଘୋଷଣା କରି କଂଗ୍ରେସ ବଳ ଗୋଟାଇବାକୁ ଉଦ୍ୟମ କରୁଛି। ଏଭଳି ସ୍ଥିତିରେ ଏବେ କମିଟି ବିବାଦ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Congress Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ