Advertisment

ପଦାରେ ପଡ଼ିଲା ବିଜେଡିରେ ଗୋଷ୍ଠୀ କନ୍ଦଳ ! ଭିଡିଓ ଭାଇରାଲ୍‌

ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀ କିଛି ସମୟ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଅଟକ ରଖିଥିଲେ।

BJD

BJD

Advertisment

ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ। ଗୋଟିଏ ଗୋଷ୍ଠୀର ଦଳୀୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବାକୁ ଯାଇ ଅସନ୍ତୁଷ୍ଟ ପୁରୁଖା କର୍ମୀ କିଛି ସମୟ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଅଟକ ରଖିଥିଲେ। ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଅନ୍ତର୍ଗତ ନାଗପୁର ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

Advertisment

ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯାଇ ଥିବାବେଳେ ସେଠାରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ତାଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ। ନାଗପୁର ପଞ୍ଚାୟତରେ ବିଜେଡି ସମର୍ଥିତ ଦୁଇ ଗୋଷ୍ଠୀ ମଧ୍ୟରୁ ଦୁଇ ଦୁଇ ଜଣ ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ଦିଆଯାଇଛି। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା।

ମନ୍ତ୍ରୀ ସମୀର ଦାଶ ଯିବା ପରେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଗୋଷ୍ଠୀର ସମର୍ଥକ ପଶି ଚେୟାର ଭଙ୍ଗାରୁଜା କରିବା ସହ ଫ୍ଲେକ୍ସ ଚିରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଗୋଷ୍ଠୀ କନ୍ଦଳ ନେଇ ଅଭିଯୋଗକୁ ମନ୍ତ୍ରୀ ଖଣ୍ଡନ କରିବା ସହ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି। 

Advertisment
BJD Minister Samir Ranjan Dash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ