Advertisment

ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି SHG ଗୋଷ୍ଠୀ ?

ସରକାରଙ୍କ ଉପରୁ ତୁଟୁଛି କି ଏସ୍ଏଚଜିଙ୍କ ଭରସା? ଏକଜୁଟ୍ କରି ରଖିବାକୁ ନେତାଙ୍କୁ ବିଜେଡିର ନିର୍ଦ୍ଦେଶ

ଅଦ୍ୟତନ ହୋଇଛି
undefined

SHG

Advertisment

ବିଜେଡିକୁ SHG ମହିଳା ଚିନ୍ତା । କାହିଁକି ନା ଧିରେ ଧିରେ ଶାସକ ଦଳଠାରୁ ଦୂରେଇ ଯାଉଛନ୍ତି ସ୍ୱୟଂ ସହାୟିକା ସଦସ୍ୟା। ଅଭିଯୋଗ ହେଉଛି, ସରକାରୀ ସ୍ତରରେ SHGଙ୍କ ମଧ୍ୟରେ ପାତର ଅନ୍ତର, ଦଳୀୟ ଭିତ୍ତିରେ କାମ ବଣ୍ଟନ ଓ ଋଣ ଟଙ୍କା ବଣ୍ଟନରେ ପକ୍ଷପାତ କରିବା ଯୋଗୁଁ ଏଭଳି ସ୍ଥିତି ଉପୁଜୁଛି । ତେଣୁ ସେମାନଙ୍କୁ ସଙ୍ଗଠିତ କରି ରଖିବା ଲାଗି ନେତା ଓ ବିଧାୟକମାନଙ୍କୁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଘେରିଛନ୍ତି ବିରୋଧୀ।....

Advertisment

ଦୀର୍ଘ ବର୍ଷ ପରେ SHGଙ୍କୁ ନେଇ ବଦଳୁଛି ଚିତ୍ର । ନିର୍ବାଚନରେ ଦଳ ଲାଗି ସବୁଠୁ ବଡ ଟ୍ରମ୍ପ କାର୍ଡ ସାଜୁଥିବା ମହିଳା ଭୋଟବ୍ୟାଙ୍କକୁ ନେଇ ଟେନସନରେ ବିଜେଡି। କାହିଁକି ନା ପୂର୍ବରୁ ଏକଜୁଟ୍ ହୋଇ ବିଜେଡି ପାଇଁ କାମ କରୁଥିବା SHGମାନେ ଧିରେ ଧିରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦୂରେଇବା ଆରମ୍ଭ କଲେଣି। ଅଭିଯୋଗ ହେଉଛି,SHGମାନଙ୍କ ମଧ୍ୟରେ ପାତରଅନ୍ତର କରାଯାଉଛି। ବିଜେଡିର ଦୃଢ ସମର୍ଥକ ଥିବା ଗୋଷ୍ଠୀମାନଙ୍କୁ ହିଁ ବ୍ୟବସାୟ ପ୍ରଦାନ କରାଯାଉଛି। ଯାହାକୁ ନେଇ ପଂଚାୟତ ସ୍ତରରେ ଗୋଷ୍ଠୀମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲାଣି।

ନିକଟରେ ଅନୁଷ୍ଠିତ ବିଜେଡି ପର୍ଯ୍ୟବେକ୍ଷକ ବୈଠକରେ ଏହା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଯେଉଁଥିରେ SHG ସଦସ୍ୟାମାନଙ୍କୁ ସଙ୍ଗଠିତ କରି ହାତରେ ରଖିବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି। ସେପଟେ SHGଙ୍କୁ ଋଣ ଆକାରରେ ମିଳୁଥିବା ଅର୍ଥ, ଅନେକ ସ୍ଥାନରେ ପ୍ରକଳ୍ପ ବାବଦରେ ଖର୍ଚ୍ଚ ନହୋଇ ଅନ୍ୟ କାମରେ ଲଗାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏହି ଟଙ୍କା ଦେଣନେଣରେ ବ୍ୟାପକ ଦୁର୍ନୀତି ହେଉଥିବାରୁ SHG ସଦସ୍ୟାମାନେ ବିଜେଡିଠାରୁ ଦୂରେଇ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍। ବିଜେଡି କିନ୍ତୁ ଏହାକୁ ମାନିବାକୁ ନାରାଜ୍। ଦଳ କହିଛି, ଏବେ ବି SHG ମହିଳମାନେ ବିଜେଡି ସହ ଅଛନ୍ତି।

Advertisment

ଗ୍ରାଉଣ୍ଡ ସ୍ଥିତି କିଭଳି ରହିଛି ?

ଭଦ୍ରକ ଭଣ୍ଡାରପୋଖରୀ ବ୍ଲକ ବିଷ୍ଣୁପୁର ପଂଚାୟତର ମୀରହସନପୁରରେ ଥିବା ରାଧାମାଧବ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ସେଭଳି କୋଣସି ଅଭିଯୋଗ ନାହିଁ। କିନ୍ତୁ ସେମାନଙ୍କୁ ଧାନମଣ୍ଡି ଖୋଲିବାକୁ ସୁଯୋଗ ମିଳିଲା ନାହିଁ କି ସ୍କୁଲରେ ପିଲାଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କାମ ମିଳିଲା ନାହିଁ। କିନ୍ତୁ ଅଭିଯୋଗ ହୋଇଛି, ଦଳୀୟ ଆଧାରରେ ଅନ୍ୟ ଗୋଷ୍ଠୀଙ୍କୁ ଏ ସୁବିଧା ସୁଯୋଗ ଦିଆଯାଇଛି। ସେହିପରି ଜୟପୁର ସହରର ପାରାବେଡ଼ା ଶ୍ରୀ ମହାଲକ୍ଷ୍ମୀ SHGକୁ ୫ ବର୍ଷ ହେଲା କୌଣସି କାମ ମିଳିନଥିଲା। ଏବେ ଯେଉଁ ପ୍ରକଳ୍ପ କାମ ମିଳିଛି ସେଥିଲାଗି ଜାଗା ଦିଆଯାଉନଥିବା ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି।

ଏବେ ପ୍ରାୟ ୧୫ଟି ବିଭାଗରେ SHGମାନଙ୍କୁ ବିଭିନ୍ନ ପ୍ରକାର ବ୍ୟବସାୟ ଦିଆଯାଉଛି । ଆଗକୁ ସବୁ ବିଭାଗରେ କାମ ଦେବା ସହିତ ବିଭିନ୍ନ ପର୍ଯ୍ୟାୟରେ SHGଙ୍କୁ ୫୦ ହଜାର କୋଟି ଟଙ୍କାର ବ୍ୟବସାୟ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ SHGଙ୍କୁ ନେଇ ହେଉଥିବା ପାତର ଅନ୍ତର ନୀତି ଏବେ ସରକାରଙ୍କୁ ଅଡୁଆରେ ପକାଇଛି ।....

Advertisment
BJD SHG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ