Advertisment

ଭୋଟ୍ ପୂର୍ବରୁ ଚାଉଳ ପଲିଟିକ୍ସ ! ମୋଦି ସରକାରଙ୍କ ମାଗଣା ଚାଉଳରେ ରାଜ୍ୟ ସରକାରଙ୍କ ମୋହର

କିଛି ସ୍ଥାନରେ ବିରୋଧ ପରେ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର୍ । ଚାଉଳ ବଣ୍ଟନ କେନ୍ଦ୍ରରୁ ହଟିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ।

undefined

BJD

Advertisment

ନିର୍ବାଚନ ପାଖେଇଲା...ଗରିବଙ୍କ ଭୋଟ୍ ପକେଟରେ ପୂରେଇବାକୁ ପୁଣି ତେଜିଲା ଚାଉଳ ରାଜନୀତି। ଅଭିଯୋଗ- ମାଗଣା ଚାଉଳ ବାଣ୍ଟୁଛନ୍ତି ମୋଦି ସରକାର, ହେଲେ ବଣ୍ଟନ କେନ୍ଦ୍ର ଆଗରେ ପୋଷ୍ଟର ମାରି ବାହାବାହା ନେଉଛି ନବୀନ ସରକାର। ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ,ତିନିଟି ଜିଲ୍ଲାର ଚାଉଳ ବଣ୍ଟନ କେନ୍ଦ୍ର ସମ୍ମୁଖରେ ସମାନ ଦୃଶ୍ୟ ।

Advertisment

ସବୁଠି ଚାଉଳ ବଣ୍ଟନ କେନ୍ଦ୍ର ସାମ୍ନାରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ବ୍ୟାନର ଆଉ ଫ୍ଲେକ୍ସ। ଲେଖା ହେଇଛି- ଖାଦ୍ୟ ସୁରକ୍ଷାର ଭରସା । ପ୍ରତି ହିତାଧିକାରୀଙ୍କୁ ପ୍ରତି ମାସ, ମାଗଣାରେ ୫ କିଲୋଗ୍ରାମ ଚାଉଳ ଯୋଗାଣ। ଆଉ ରାଜ୍ୟର ପ୍ରାୟ ସବୁଠି ଏମିତି ପୋଷ୍ଟର ମରାକୁ ନେଇ ତେଜିଛି ବିବାଦ। 

କେଉଁଠି କେଉଁଠି ଉତ୍ତେଜନା ବି। ଏଇ ଯେମିତି ମୟୂରଭଞ୍ଜ ଜାମଦା ପଞ୍ଚାୟତ ତଳଗାଁରେ । ନବୀନ ବ୍ୟାନର ଲଗେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚାଉଳ ଦିଆଯାଉଥିବାରୁ ତୀବ୍ର ବିରୋଧ ପରେ ସ୍ଥାନୀୟ ଯୋଗାଣ ସହାୟକଙ୍କୁ ଶେଷରେ ବ୍ୟାନରକୁ ହଟେଇବାକୁ ପଡ଼ିଛି। କେବଳ ସେତିକି ନୁହେଁ ଅନୁରୂପ ବିରୋଧ କାରଣରୁ ବହଳଦା ପଞ୍ଚାୟତରେ ବି ରାଜ୍ୟ ସରକାରଙ୍କ ବ୍ୟାନରକୁ କାଢ଼ି ଦିଆଯାଇଛି।

Advertisment

ଏବେ ବିବାଦର ମୂଳକୁ ଆସନ୍ତୁ । ତଥ୍ୟ କହୁଛି କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଚାଉଳ ବଣ୍ଟାଯାଉଛି। ତେବେ ଏହି ଯୋଜନାରୁ ବାଦ୍ ପଡ଼ିଥିବା ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ନିଜସ୍ୱ ଯୋଜନାରେ ଚାଉଳ ବାଣ୍ଟୁଛନ୍ତି ରାଜ୍ୟ ସରକାର।

ଅର୍ଥାତ୍ ମାତ୍ର ପାଖାପାଖି ୩ ପ୍ରତିଶତ ଲୋକଙ୍କୁ ଚାଉଳ ଦେଇ ପ୍ରତି ବଣ୍ଟନ କେନ୍ଦ୍ରରେ ଶାସକ ଦଳର ଏ ପୋଷ୍ଟରମରା ରାଜନୀତିର ତୀବ୍ର ବିରୋଧ କରିଛି ବିଜେପି। କହିଛି, ରାଜ୍ୟ ସରକାରଙ୍କ ଏ ଯୋଜନା ହଡ଼ପ ଉଦ୍ୟମକୁ ବରଦାସ୍ତ କରାଯିବନି। ସବୁ ରାସନ କେନ୍ଦ୍ରକୁ ଜଗିବେ ବିଜେପି କର୍ମୀ। ଅପରପକ୍ଷେ ବିଜେଡି କହିଛି ପୋଷ୍ଟର ମାରି ରାଜ୍ୟ ସରକାର କିଛି ଭୁଲ କରି ନାହନ୍ତି।

Advertisment

ପୂର୍ବରୁ ଟଙ୍କିକିଆ ଚାଉଳ ଯୋଜନାରେ ବି କିଲୋ ପିଛା ୨୭ ଟଙ୍କା କେନ୍ଦ୍ର ଦେଉଥିଲା ବେଳେ ରାଜ୍ୟର ଭାଗ ଥିଲା ମାତ୍ର ଦୁଇଟଙ୍କା। ତଥାପି ଏହାର ପୂରା ଶ୍ରେୟ ନେଇ ଦୁଇ ଦୁଇଟି ନିର୍ବାଚନ ବୈତରଣୀ ପାରି ହୋଇଥିଲା ବିଜେଡି। ହେଲେ ବିଜେଡିର ଏଇ ଚାଉଳ ଚାଲର ଚେର କାଟି କେନ୍ଦ୍ର ସଂପୂର୍ଣ୍ଣ ମାଗଣା ଚାଉଳ ବାଣ୍ଟିବା ପରେ ବିଜେଡି ଏଭଳି ଷ୍ଟ୍ରାଟେଜି ଆପଣେଇଥିବା ଚର୍ଚ୍ଚା ହେଉଛି।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ