Advertisment

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ....ହାଇଦ୍ରାବାଦରେ ଶପଥ ପାଠ କରାଇଲେ ରାଜ୍ୟପାଳ....

ଅଦ୍ୟତନ ହୋଇଛି
Revanth Reddy

Revanth Reddy

Advertisment

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ । ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଟି ବିକ୍ରମାର୍କା । ଏହି ଶପଥ ଗ୍ରହଣ ସମାରୋହରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ । 

Advertisment

ରେବାନ୍ତଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ଯାତ୍ରା ଏତେ ସହଜ ନଥିଲା । ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେବାନ୍ତ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବରେ ରେବାନ୍ତ ରେଡ୍ଡୀଙ୍କ କାର୍ଯ୍ୟ ଶୈଳୀ ଦଳକୁ ସୁଦୃଢ଼ କରିଛି ।

 ଏବିଭିପିରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ୫୪ ବର୍ଷୀୟ ରେବନ୍ତ ତେଲେଙ୍ଗାନା ଗଠନ ପୂର୍ବରୁ ଟିଡିପିରୁ ବିଧାୟକ ବନିଥିଲେ । ପରେ କଂଗ୍ରେସରେ ଯୋଗ ଦେଇ ୨୦୧୯ ନିର୍ବାଚନରେ ମାଲକାଜଗିରିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୦୨୧ରେ ପିସିସି ସଭାପତି ଦାୟିତ୍ବ ସମ୍ଭାଳିବା ପରେ ତେଲେଙ୍ଗାନାରେ ପଦଯାତ୍ରା ତାଙ୍କୁ ସବୁଠୁ ଚର୍ଚ୍ଚିତ ନେତା କରିଥିଲା ।

Advertisment
Congress Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ