Advertisment

ନିରଞ୍ଜନଙ୍କ ଇସ୍ତଫା କାହିଁକି ଗ୍ରହଣ କରୁନି କଂଗ୍ରେସ ?

ପଦ ଛାଡିବାକୁ ଚାହୁଁଛନ୍ତି ନିରଞ୍ଜନ, ହେଲେ ଇସ୍ତଫା ଗ୍ରହଣ କରୁନାହାନ୍ତି ହାଇକମାଣ୍ତ। ବାରମ୍ବାର ଇସ୍ତଫା ଦେବାକୁ ନିରଞ୍ଜନ କହୁଥିଲେ ବି ଅମଙ୍ଗ ହେଉଛନ୍ତି ସୋନିଆ। ତେବେ କାହିଁକି ଉପୁଜିଛି ଏଭଳି ସ୍ଥିତି ? ରାଜ୍ୟ କଂଗ୍ରେସରେ ନାହାନ୍ତି କି ନିରଞ୍ଜନଙ୍କ ସମକକ୍ଷ ନେତା? ନା ନିରଞ୍ଜନଙ୍କ ଉପରେ ରହିଛି ସୋନିଆଙ୍କ ଅତୁଟ ଆସ୍ଥା।

ଅଦ୍ୟତନ ହୋଇଛି
Niranjan Patnaik

Niranjan Patnaik

Advertisment

ପଦ ଛାଡିବାକୁ ଚାହୁଁଛନ୍ତି ନିରଞ୍ଜନ, ହେଲେ ଇସ୍ତଫା ଗ୍ରହଣ କରୁନାହାନ୍ତି ହାଇକମାଣ୍ତ। ବାରମ୍ବାର ଇସ୍ତଫା ଦେବାକୁ ନିରଞ୍ଜନ କହୁଥିଲେ ବି ଅମଙ୍ଗ ହେଉଛନ୍ତି ସୋନିଆ। ତେବେ କାହିଁକି ଉପୁଜିଛି ଏଭଳି ସ୍ଥିତି ? ରାଜ୍ୟ କଂଗ୍ରେସରେ ନାହାନ୍ତି କି ନିରଞ୍ଜନଙ୍କ ସମକକ୍ଷ ନେତା? ନା ନିରଞ୍ଜନଙ୍କ ଉପରେ ରହିଛି ସୋନିଆଙ୍କ ଅତୁଟ ଆସ୍ଥା।

Advertisment

ପିସିସି ସଭାପତି ପଦରୁ ଅବ୍ୟାହତି ଚାହୁଁଛନ୍ତି ନିରଞ୍ଜନ ପଟ୍ଟନାୟକ । ଏ ନେଇ ସେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ହାଇକମାଣ୍ଡଙ୍କୁ ଚିଠି ଲେଖି ଆସୁଛନ୍ତି । କିନ୍ତୁ ଏଯାଏଁ ହାଇକମାଣ୍ଡ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେବେ ସଭାପତି ନରହିଲେ ବି ସେ ଆଦର୍ଶ ରାଜନୀତି କରିବେ ବୋଲି କହିଛନ୍ତି ।

୫ ରାଜ୍ୟ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ସୋନିଆ ଗାନ୍ଧୀ ପିସିସି ସଭାପତି ମାନଙ୍କୁ ଇସ୍ତଫା ମାଗିଛନ୍ତି । ଏହା ଦୃଷ୍ଟାନ୍ତ ମୂଳକ ପଦକ୍ଷେପ କିନ୍ତୁ ପିସିସି ସଭାପତି ଯେ କେବଳ ଏହି ବିପର୍ଯ୍ୟୟ ପାଇଁ ଦାୟୀ ତା ନୁହେଁ ବୋଲି ସେ କହିଛନ୍ତି । ତଥାପି ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୋସିଆ । ହେଲେ କଂଗ୍ରେସର ଏତେ ବଡ଼ ପରାଜୟ ପରେ ବି ନିଜେ ନିଜ ପଦ ଛାଡିବେନି ସୋନିଆ ।

Advertisment

କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ସୋନିଆ ଗାନ୍ଧି । ଏନେଇ କଂଗ୍ରେସ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ମଲ୍ଲିକାର୍ଜୁନ ଖଡ୍‌ଗେ । ସମସ୍ତଙ୍କର ତାଙ୍କ ନେତୃତ୍ୱ ଉପରେ ଭରସା ରହିଛି କହିଲେ ଖଡ୍‌ଗେ । କାର୍ଯ୍ୟକାରିଣୀରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ସୋନିଆ । ଦଳ ଚାହିଁଲେ ସେ ନିଜେ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେବେ କହିଥିଲେ । ମାତ୍ର ଦଳ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ପାଂଚ ରାଜ୍ୟ ବିଧାନସଭା ନିର୍ବାଚନରେ କାହିଁକି ଏତେ ବଡ ବିପର୍ଯ୍ୟୟର ସାମ୍ନା କଲା କଂଗ୍ରେସ ? କେଉଁଠି ରହିଲା ତ୍ରୁଟି ? ସିଡବ୍ଲୁସି ବୈଠକରେ ଏହାର ମାନସ ମନ୍ଥନ କରିଥିଲା କଂଗ୍ରେସ । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲେ ପ୍ରାୟ ସମସ୍ତ ବରିଷ୍ଠ ନେତା । ନିର୍ବାଚନୀ ବିଫଳତା ପରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିଲା । ବୈଠକ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାହୁଲଙ୍କ ସମର୍ଥନରେ ବାହାରି ତାଙ୍କୁ ହିଁ ଅଧ୍ୟକ୍ଷ ପଦ ଦେବା ଉଚିତ ବୋଲି ମତ ରଖିଥିଲେ ।

Advertisment
Niranjan Patnaik Congress Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ