Advertisment

ରେଭେନ୍ସା କଳି ! ୩ ବିଜେଡି ନେତାଙ୍କ ନାଁରେ ମାମଲା

ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

Bapi Ray

Bapi Ray

Advertisment

ମଶାଲ ଶୋଭାଯାତ୍ରା ଵେଳେ ଦୁଇଗୋଷ୍ଠି ମାଡଗୋଳ ଘଟଣାରେ ବିଧାୟକ ବ୍ୟୋମକେଶ ରାୟଙ୍କ ନାମରେ ମାମଲା ରୁଜୁ। ବ୍ୟୋମକେଶ ଙ୍କ ସହ ବିଜେଡି ନେତା ଲେନିନ ମହାନ୍ତି ଓ ଛାତ୍ର ବିଜେଡି ନେତା ବବି ଖାନ ଙ୍କ ବିରୋଧରେ ମାମଲା ରୁଜୁ କରିଛି ମାଲଗୋଦାମ ଥାନା ପୋଲିସ। ରେଭେନ୍ସା ଛାତ୍ର ଙ୍କୁ ମଶାଲ ଶୋଭାଯାତ୍ରା ବେଳେ ମାଡ ମାରିବା ଧମକଚମକ ଦେବା ସହ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ରମାନେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Advertisment

୩ ବିଜେଡ଼ି ନେତାଙ୍କ ନାଁରେ ମାମଲା ହେବା ପରେ ବିଜେଡି ପ୍ରତିକ୍ରିୟା ରଖିଛି। ପ୍ରେସ୍ ରିଲିଜ୍ ଜାରି କରି ଦଳ କହିଛି ଯେ, ବିଜେଡି ନେତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ବିଜେଡି ଏହାକୁ ନିନ୍ଦା କରୁଛି। ବିରୋଧ ଶାନ୍ତି ପୂର୍ଣ୍ଣ ଥିଲା। ଯେଉଁଥିରେ ଆଲୁମନି ଓ ପୂର୍ବତନ ଛାତ୍ର ସାମିଲ ହୋଇଥିଲେ। ଅହିଂସା ଓ ଶୃଙ୍ଖଳିତ ଭାବେ ଶୋଭାଯାତ୍ରା କରାଯାଇଥିଲା । କିନ୍ତୁ ବିଜେଡି ନେତାଙ୍କୁ ଟାର୍ଗେଟ୍ କରାଯାଇଛି। ଏହା ବିଭ୍ରାନ୍ତିକର ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେଡି କହିଛି ।

ତେବେ ମୋଟାମୋଟି ଦେଖିବାକୁ ଗଲେ ଏବେ ରାଜନୀତି ପଶାପାଲିରେ ରେଭେନ୍ସା ଗୋଟି । ବିତର୍କ କମ୍, ବଢିଲାଣି ଗୋଳିଆପାଣିରୁ ଫାଇଦା ନେବାର ପ୍ରତିଯୋଗିତା । କ୍ୟାମ୍ପସରେ ଗଣ୍ଡଗୋଳ, ବିଧାନସଭାରେ ମୁହାଁମୁହିଁ ଶାସକ-ବିରୋଧୀ । ସେପଟେ ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।

Advertisment

ଫଳରେ କଟକ ଡିସିପିଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିଠି ଲେଖିଛନ୍ତି । ଆନ୍ଦୋଳନ ପାଇଁ କ୍ୟାମ୍ପସରେ ବିଭିନ୍ନ ସଂଗଠନ ଓ ଅଣଛାତ୍ରଙ୍କ ପ୍ରବେଶରୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଉଲ୍ଲେଖ କରି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଏହାପରେ କ୍ୟାମ୍ପସରେ ଆଜି ପୋଲିସ ମୁତୟନ ହୋଇଛନ୍ତି । 

ଏପଟେ ପ୍ରସଙ୍ଗକୁ ନେଇ ଆଜି ହୁଲସ୍ତୁଲ ହୋଇଛି ବିଧାନସଭା। ତୁତୁ-ମେମେ ହୋଇଛନ୍ତି ଶାସକ ବିରୋଧୀ। ଶୂନ୍ୟକାଳରେ ବିରୋଧୀ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ ଯେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି। ବିରାଟ ଆନ୍ଦୋଳନ ଦାନା ବାନ୍ଧୁଛି। ତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ତୁରନ୍ତ ଗୃହରେ ବିବୃତ୍ତି ରଖନ୍ତୁ । କଂଗ୍ରେସ ମଧ୍ୟ ସମାନ କଥା ଉଠାଇ ନାଁ ପରିବର୍ତ୍ତନ ହେବକି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ଦାବି କରିଥିଲେ । ସେପଟେ ଜବାବରେ ବିଜେପି କହିଛି କେନ୍ଦ୍ରମନ୍ତ୍ରୀ ବିତର୍କ କଥା କହିଛନ୍ତି । କିନ୍ତୁ ସେ ଗୃହର ସଦସ୍ୟ ନୁହନ୍ତି । ତେଣୁ ତାଙ୍କ ବିଷୟରେ ଆଲୋଚନା କରି ବିରୋଧୀ ଦଳ ଅଯଥା ରାଜନୀତି କରିବା ଗୃହର ସମୟକୁ ବରବାଦ କରୁଥିବା କହିଛନ୍ତି ବିଧାୟକ ଈରାଶିଷ ଆଚାର୍ଯ୍ୟ ।

Advertisment
BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ