Advertisment

କାହିଁକି ସାର୍ବଜନୀନ ହେଉନି କମିଶନଙ୍କ ରିପୋର୍ଟ ? ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି ।

ଅଦ୍ୟତନ ହୋଇଛି
undefined

Highcourt Order On Ratna Bhandar Key Missing Issue

Advertisment

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ କମିଶନ ରିପୋର୍ଟକୁ ସାର୍ବଜନୀନ କରାଯିବା ଦାବିକୁ ଗୁରୁତ୍ୱର ସହ ନେଇଛନ୍ତି ହାଇକୋର୍ଟ । ଏ ସଂକ୍ରାନ୍ତରେ ଦାଖଲ ଏକ ଜନସ୍ୱାର୍ଥ ମାମଲାର ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ କରି ଜବାବ ତଲବ କରିଛନ୍ତି । ଜୁଲାଇ ୧୦ ତାରିଖ ସୁଦ୍ଧା ଜବାବ ରଖିବାକୁ କୁହାଯାଇଛି । ସେପଟେ କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବାକୁ ଦାବି ଉଠିଛି ।

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କାହିଁକି ସାର୍ବଜନୀନ ହେଉନି କମିଶନଙ୍କ ରିପୋର୍ଟ ? ରିପୋର୍ଟ ଦାଖଲକୁ ସାଢ଼େ ୪ ବର୍ଷ ବିତିଥିଲେ ବି ବିଧାନସଭାରେ କେବେ ଉପସ୍ଥାପିତ କରିବେ ସରକାର ? ଡୁପ୍ଲିକେଟ୍ ଚାବି ଥିଲେ ବି କାହିଁକି ଖୋଲୁନି ରତ୍ନଭଣ୍ଡାର ? କିଭଳି ଅଛି ଭଣ୍ଡାରର ସ୍ଥିତି ? ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ବହୁମୂଲ୍ୟ ଆଭୂଷଣ ?

ଅଧିକ ପଢ଼ନ୍ତୁ: ସମ୍ବଲପୁର ହିଂସା ପଛରେ କିଏ ? ବିଜେଡିକୁ ହିନ୍ଦୁ ବିରୋଧୀ କହି ବର୍ଷିଲା ବିଜେପି

Advertisment

ହାଇକୋର୍ଟରେ ଏ ସଂକ୍ରାନ୍ତୀୟ ଏକ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । କମିଶନ ରିପୋର୍ଟ ସାର୍ବଜନୀନ କରାଯିବା ଦାବିରେ ହୋଇଥିବା ଆବେଦନକୁ ଗ୍ରହଣ କରି କୋର୍ଟ ମୁଖ୍ୟ ଶାସନ ସଚିବ ଓ ଆଇନ୍ ସଚିବଙ୍କୁ ନୋଟିସ ଜାରି କରି ଜୁଲାଇ ୧୦ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ, ଉଦବେଗ, ଆନ୍ଦୋଳନକୁ ଦେଖି ସରକାର ଜଷ୍ଟିସ୍ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିଶନ୍ ଗଠନ କରିଥିଲେ । କମିଶନ ତଦନ୍ତ ଶେଷ କରି ୨୦୧୮ ନଭେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତେବେ କମିଶନ୍ ଅଫ୍ ଇନ୍‌କ୍ୱାରି ଆଇନ୍ ଧାରା ୩ର ଉପଧାରା ୪ ଅନୁଯାୟୀ ତଦନ୍ତ କମିଶନ୍‌ଙ୍କ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରାଯିବାର ବ୍ୟବସ୍ଥା ରହିଛି । ହେଲେ ରିପୋର୍ଟ ଦାଖଲକୁ ପାଖାପାଖି ସାଢ଼େ ୪ ବର୍ଷ ପରେ ବି ସରକାର କୌଣସି ପଦକ୍ଷେପ ନ ନେବାରୁ ସ୍ୱେଚ୍ଛାସେବୀ ଦିଲୀପ ବରାଳ ହାଇକୋର୍ଟରେ କରିଥିବା ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି କୋର୍ଟ ।

Advertisment

ଏପଟେ କମିଶନ ରିପୋର୍ଟ ସାର୍ବଜନୀନ କରାଯିବା ପ୍ରସଙ୍ଗରେ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବକୁ ନେଇ ଆରମ୍ଭ ହୋଇଛି ହଟଚମଟ । ଭଣ୍ଡାରରେ ସୁନା, ରୂପା, ମୋତି, ମାଣିକ୍ୟ ପୂର୍ବ ଗଣତି ହିସାବରେ ଅଛି ନା ନାହିଁ ଜାଣିବାକୁ ତୁରନ୍ତ ଭଣ୍ଡାରକୁ ଖୋଲାଯିବାକୁ ସେବାୟତ ଦାବି କରିଛନ୍ତି । ସେପଟେ ଗୁମର ପଦାରେ ପଡ଼ିଯିବା ଡରରେ ସରକାର ରିପୋର୍ଟ ସାର୍ବଜନୀନ ନ କରି ଜାଣିଶୁଣି ସମୟ ଗଡ଼ାଇ ଚାଲିଛନ୍ତି ବୋଲି ବି ଅଭିଯୋଗ ହୋଇଛି । ତେବେ ଏନେଇ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ।

ଜୁଲାଇ ୧୦ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତେଣୁ ଏହାରି ଭିତରେ ସରକାର କି ଉତ୍ତର ରଖୁଛନ୍ତି ତା ଉପରେ ନଜର ରହିଛି। ତେବେ ରତ୍ନଭଣ୍ଡାରରେ କଣ ସବୁ ଅଛି ତାର ତାଲିକା ପ୍ରସ୍ତୁତ କରିବା ଏବଂ ମରାମତି ପାଇଁ ଏଏସ୍ଆଇକୁ ଦାୟିତ୍ୱ ହସ୍ତାନ୍ତର ପ୍ରସଙ୍ଗରେ ହୋଇଥିବା ଆବେଦନ ନେଇ ପ୍ରାରମ୍ଭିକ ଶୁଣାଣିରେ ଆଲୋଚନା ହୋଇ ନାହିଁ । ପରବର୍ତ୍ତୀ ସମୟରେ ଏହା ଉପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି ।

Jagannath Temple Lord Jagannath Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ