Advertisment

ବାଚସ୍ପତି ପାଇଁ ସୁରମା ପାଢ଼ୀଙ୍କ ନାଁ ଘୋଷଣା କଲା ବିଜେପି

ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ । ସେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

ଅଦ୍ୟତନ ହୋଇଛି
Ranpur MLA Surama Padhy submits her nomination papers for the position of Speaker of the Odisha Legislative Assembly

Surama Padhy

Advertisment

ବରିଷ୍ଠ ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ହେବେ ବାଚସ୍ପତି । ବାଚସ୍ପତି ନିର୍ବାଚନ ପାଇଁ ସେ ନାମାଙ୍କନ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସମେତ ବିଜେପିର ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ରହିଛି । ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଉ କେହି ନାମାଙ୍କନ ଦାଖଲ ନକଲେ ସେ ନିଦ୍ବନ୍ଦ୍ବରେ ନିର୍ବାଚିତ ହେବେ ।

Advertisment

ସେହିପରି ବିଜେପି ପାଖରେ ବହୁମତ ଥିବାରୁ କୌଣସି ଅସୁବିଧା ହେବନି । ରଣପୁର ବିଧାୟିକା ସୁରମା ପାଢ଼ୀ। ୨୦୦୪ରୁ ୨୦୦୯ ଯାଏ ସେ ବିଧାୟିକା ଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ମଧ୍ୟ ସମବାୟ ମନ୍ତ୍ରୀ ଥିଲେ।

ପଢନ୍ତୁ ଏହି ଖବର: ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା ?

ସେପଟେ ଆଜି ବି ବିଧାନସଭାରେ ଚାଲିଛି ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ । ଆଜି ବାକି ଥିବା ୪୫ ବିଧାୟକ ଶପଥ ନେଉଛନ୍ତି। ଗତକାଲି ୧୦୨ ଜଣ ବିଧାୟକ ଶପଥ ନେଇଥିଲେ । ଯାହାଙ୍କ ଭିତରେ ୮୦ ଜଣ ନୂଆ ମୁହଁ ଥିଲେ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ଶପଥପାଠ କରାଇଥିଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାପରେ ଜଣଙ୍କ ପରେ ଜଣେ ବିଧାୟକ ଶପଥ ନେଇଥିଲେ। ଯେଉଁଥିରେ ସ୍ପଷ୍ଟ ବାରି ହେଉଥିଲେ ନୂଆ ଚେହେରା, ସାମ୍ନାକୁ ଆସୁଥିଲା ଗୋଟିଏ ଗୋଟିଏ ରୋଚକ ଦୃଶ୍ୟ ।

Advertisment

ସେପଟେ ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା, ସେନେଇ ଆଜି ବସୁଛି ବିଜେଡି ବିଧାୟକ ଦଳ ବୈଠକ । ଚର୍ଚ୍ଚା ହେଉଛି ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ଏକ ପ୍ରକାର ସ୍ଥିର ହୋଇଛି । ବହୁ ବିଧାୟକ ତାଙ୍କ ନାଁ ପ୍ରସ୍ତାବ ଦେଉଥିବା ମଧ୍ୟ କୁହାଯାଉଛି । ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ ନବୀନ । ତେଣୁ ଦଳ ଆଉ ଜଣେ ବରିଷ୍ଠ ନେତାଙ୍କୁ ଉପନେତା କରିପାରେ ବୋଲି ମଧ୍ୟ କୁହାଯାଉଛି ।

ଉପନେତା ଦୌଡ଼ରେ ଆଗରେ ଅଛନ୍ତି ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ପଢନ୍ତୁ ଏହି ଖବର: ଅତାବିରାରେ ଚାଷୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ; କହିଲେ, ଆପଣମାନେ ଖୁସି ତ...

BJP Odisha Assembly Speaker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ