Advertisment

“୯୦ ଦିନ ମଧ୍ୟରେ ଦଣ୍ଡ ପାଉ ଦୋଷୀ, ନାଭିରେ ତେଲ ମାରି ଶୋଇଛନ୍ତି ରାଜ୍ୟ ସରକାର”

ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ପ୍ରେସମିଟ୍ କରିଛି । ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ରଣଦୀପ ସୂର୍ଯେୱାଲା । ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି ? ସରକାରଙ୍କୁ କିଭଳି ନିଦ ହେଉଛି ?

ଅଦ୍ୟତନ ହୋଇଛି
Randeep Surjewala

Randeep Surjewala

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ପ୍ରେସମିଟ୍ କରିଛି । ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ରଣଦୀପ ସୂର୍ଯେୱାଲା । ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି ? ସରକାରଙ୍କୁ କିଭଳି ନିଦ ହେଉଛି ? ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି କହିଲେ ସୂର୍ଯ୍ୟେୱାଲା। କେବଳ ଏତିକି ନୁହେଁ ବରଂ, ମନ୍ତ୍ରୀଙ୍କ ବିରୋଧରେ ୩୦୨, ୧୨୦ B ଦଫା ଲଗାଇ ମାମଲା ରୁଜୁ କରାଯାଉ ବୋଲି କହିଲେ ସୂର୍ଯେୱାଲା । ଏହାସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ SIT ସ୍ତରୀୟ ତଦନ୍ତ କରାଯାଉ । ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ସାରି ଦଣ୍ଡବିଧାନ ହେଉ । ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ସହ ଭାଇକୁ ଚାକିରି ସରକାର ଦିଅନ୍ତୁ ବୋଲି କହିଲେ ସୂର୍ଯେୱାଲା।

Advertisment

ଏହାସହ ସେ କହିଛନ୍ତି କି, ଆଜି ଆମେ ତାଙ୍କ ପରିବାରକୁ ଭେଟିଥିଲୁ। ସେମାନଙ୍କ ସହ କଥା ହେଲୁ, କେତେ ଦୁଃଖରେ ସେମାନେ ଅଛନ୍ତି ତାହାକୁ ଆମେ ଅନୁଭବ କରିଛୁ। ମମିତା କେବଳ ଏ ରାଜ୍ୟର ନୁହେଁ ବରଂ ଦେଶର ଝିଅ। ଝିଅକୁ ହରାଇ କାନ୍ଦି କାନ୍ଦି ନୟାନ୍ତ ହେଲେଣି। କିନ୍ତୁ ଏବେ ପର୍ଯ୍ୟନ୍ତ ନବୀନ ବାବୁ ଏ ପର୍ଯ୍ୟନ୍ତ ନବୀନ ବାବୁ ସେଠାକୁ ଗଲେ ନାହିଁ କି ସେମାନଙ୍କ କଥାକୁ ଶୁଣିଲେ ନାହିଁ। ଯଦି ଏହି ଘଟଣାକୁ ଗମ୍ଭୀରତାର ସହ ନବୀନ ବାବୁ ନେଇଥାଆନ୍ତେ ତେବେ ତାଙ୍କ ମନ୍ତ୍ରୀଙ୍କୁ ବରଖାସ୍ତ କରିଥାଆନ୍ତେ। କେବଳ ଏତିକି ନୁହେଁ ବରଂ ସେ କହିଛନ୍ତି, ଏହି ଘଟଣା ଏତେ ଗମ୍ଭୀର ଯେ, ମୁଖ୍ୟମନ୍ତ୍ରୀଙ୍କୁ ରାତିରେ ନିଦ ଆସିବା କଥା ନୁହେଁ। କିନ୍ତୁ ସେ ନାଭିରେ ତେଲ ମାଲି ଶୋଇଛନ୍ତି। ଗୋବିନ୍ଦ ସାହୁଙ୍କୁ କଠୋର ଦଣ୍ଡ ଦେବା ଦରକାର। ହେଲେ ମମିତାଙ୍କ ପରିବାର ଲୋକଙ୍କ ମାମଲା ରୁଜୁ କରିନଥିଲା ପୋଲିସ। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୂର୍ଯେୱାଲା କହିଛନ୍ତି।

Advertisment

ମତେ ଆଶ୍ଚର୍ଯ୍ୟ ଲାଗୁଛି, ଏଠି ପୋଲିସ କରୁଛି କଣ? ଅପହରଣର ୫ ଦିନ ପରେ କାହିଁକି ମାମଲା ରୁଜୁ ହେଲା ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯେୱାଲା। ଆଉ ପୋଲିସ୍‌ ହେପାଜତରୁ କେମିତି ମୁଖ୍ୟ ଅଭିଯୁକ୍ତ ପଳାଇଲା ସେନେଇ ସେ ପ୍ରଶ୍ନ ଉଠାଇଛନ୍ତି। ପୁଣି ଗୋଟିଏ ନିର୍ଭୟାର ଓଡ଼ିଶାରେ ଜନ୍ମ ହୋଇଥିବା କଂଗ୍ରେସର ବରିଷ୍ଠ ନେତା କହିଛନ୍ତି। କେବଳ ଏତିକି ନୁହେଁ ବରଂ ଏହି ଘଟଣା କହିବା ବେଳକୁ ମତେ ଦୁଃଖ ଓ କଷ୍ଟ ହେଉଛି। କିନ୍ତୁ ଏ ସରକାର ଶୋଇଛି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ସୂର୍ଯେୱାଲା।

Congress Randeep Surjewala Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ