Advertisment

ରାଜ୍ୟସଭା ପାଇଁ କିଏ ହେବେ ବିଜେଡିର ପ୍ରାର୍ଥୀ ?

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପ୍ରକ୍ରିୟା । ବିଜେଡି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି ।

vote

Vote

Advertisment

ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନାମାଙ୍କନ ପ୍ରକ୍ରିୟା । ଏହା ମେ ୩୧ ତାରିଖ ଯାଏଁ ଜାରି ରହିବ । ଓଡିଶାର ଖାଲିଥିବା ୩ଟି ସିଟ୍ ପାଇଁ ବିଜେଡି ପାଖରେ ରହିଛି ଆବଶ୍ୟକ ବିଧାୟକ ସଂଖ୍ୟା । ତେଣୁ ନିର୍ଦ୍ୱନ୍ଦ୍ୱରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି ।

Advertisment

ତେବେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପୂର୍ବ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବିଜେଡି ଏଥର ମଧ୍ୟ ଏକାଧିକ ମହିଳାଙ୍କୁ ରାଜ୍ୟ ସଭା ପଠାଇବେ ବୋଲି ଆଶା ରଖିଛନ୍ତି ବିଧାୟିକା ଉଷା ଦେବୀ ।

BJD Rajyasabha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ