ରାଜ୍ୟସଭା ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ରାଜ୍ୟସଭା ଆସନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Vote

ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭାର ୩ଟି ଆସନ ପାଇଁ ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଏବଂ ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଥିବାରୁ ରାଜ୍ୟ ବିଧାନସଭା ପକ୍ଷରୁ ଏହି ତିନୋଟି ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ତେବେ ମେ ୩୧ ତାରିଖ ରହିଛି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାବେଳେ ୩ଟି ସିଟ୍ ପାଇଁ ବିଜେଡି ପାଖରେ ଆବଶ୍ୟକ ବିଧାୟକ ସଂଖ୍ୟା ରହିଛି । ତେଣୁ ନିର୍ଦ୍ୱନ୍ଦ୍ୱରେ ପ୍ରଥମ ଭୋଟରେ ୩ ପ୍ରାର୍ଥୀ ବିଜୟୀ ହୋଇପାରନ୍ତି ।

ହେଲେ ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏନେଇ ସରପ୍ରାଇଜ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।