Advertisment

କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତି, ଇସ୍ତହାରରେ କହିଲା ଗୋବର କିଲୋ ୨ ଟଙ୍କା !

ପ୍ରାକୃତିକ ବିପର୍ଯ୍ୟୟ ହେଲେ ପ୍ରତ୍ୟେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା।

Rajasthan Politics

Rajasthan Politics

Advertisment

ଲୋକଙ୍କଠାରୁ ଗୋବର କିଣିବ ରାଜସ୍ଥାନ ସରକାର। ଗୋଧନ ଗ୍ୟାରେଣ୍ଟି ଯୋଜନାରେ ଗୋବର କେଜି ପ୍ରତି ୨ ଟଙ୍କା ଲେଖାଏଁ ଦେବ। ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାରରେ ଏହି ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ଉପସ୍ଥିତିରେ ଆଜି ଦଳ ତରଫରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। ଏଥିରେ ଦିଆଯାଇଛି ୭ଟି ଗ୍ୟାରେଣ୍ଟି ।

Advertisment

ସେଗୁଡ଼ିକ ହେଲା ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ। ଏଲପିଜି ସିଲିଣ୍ଡର ଦିଆଯିବ ୫ ଶହ ଟଙ୍କାରେ। ସରକାରୀ କର୍ମଚାରୀଙ୍କ ପ୍ରତି ପୁରୁଣା ପେନସନ ଲାଗୁ ହେବ। ସରକାରୀ କଲେଜରେ ନାଁ ଲେଖାଇଲେ ପିଲାଙ୍କୁ ମିଳିବ ଲାପଟପ କିମ୍ବା ଟାବଲେଟ। ପ୍ରାକୃତିକ ବିପର୍ଯ୍ୟୟ ହେଲେ ପ୍ରତ୍ୟେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା।

ଇଂରାଜୀ ମାଧ୍ୟମରେ ପାଠପଢ଼ା ହେବ। ଚିରଂଜୀବୀ ସ୍ବାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିକୁ ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଛି । କ୍ଷମତାକୁ ଫେରିଲେ ଏହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।

Advertisment
Rajasthan Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ